18.1 C
Bhubaneswar
Saturday, November 23, 2024
Homeବିଜିନେସ୍ମଇ ୧ରୁ ମହଙ୍ଗାହେବ ଟାଟା କାର୍‌; ଚଳିତବର୍ଷ ଦ୍ୱିତୀୟ ଥର ବୃଦ୍ଧି

ମଇ ୧ରୁ ମହଙ୍ଗାହେବ ଟାଟା କାର୍‌; ଚଳିତବର୍ଷ ଦ୍ୱିତୀୟ ଥର ବୃଦ୍ଧି

ମୁମ୍ବାଇ: ଅଟୋ ମୋବାଇଲ୍ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ ଶୁକ୍ରବାର (ଏପ୍ରିଲ ୧୪)ରେ ଏହାର ଯାତ୍ରୀବାହୀ ଯାନର ମୂଲ୍ୟ ମଇ ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି । କମ୍ପାନୀ ଏହାର ସମସ୍ତ ପ୍ରକାର ମଡେଲ୍‌ର ମୂଲ୍ୟକୁ ହାରାହାରି ୦.୬% ବୃଦ୍ଧି କରିବାକୁ ଯାଉଛି । ଯଦି ଆପଣ ଟାଟା ମୋଟର୍ସ କାର୍ କିଣିବାକୁ ଚାହାନ୍ତି, ତେବେ ୩୦ ଏପ୍ରିଲ ଅର୍ଥାତ୍ ୧୫ ଦିନ ପର୍ଯ୍ୟନ୍ତ ଟିକେ ଶସ୍ତା ଦରରେ କାର୍ କିଣିବାର ସୁଯୋଗ ରହିଛି । ଏହାପରେ କମ୍ପାନୀର ସମସ୍ତ ବ୍ରାଣ୍ଡ୍ ମହଙ୍ଗା ହୋଇଯିବ । ମୂଲ୍ୟ ବୃଦ୍ଧିର କାରଣ ସମ୍ପର୍କରେ ଟାଟା ମୋଟର୍ସ କହିଛି ଯେ ନୂତନ ନିୟାମକ ପରିବର୍ତ୍ତନ ଏବଂ ସାମଗ୍ରିକ ଇନପୁଟ୍ ମୂଲ୍ୟ ଅର୍ଥାତ କାର୍‌ର ନିର୍ମାଣ ମୂଲ୍ୟ ବୃଦ୍ଧି କାରଣରୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ପୂର୍ବରୁ ଟାଟା ମୋଟର୍ସ ଏହାର ବ୍ୟବସାୟିକ ଯାନର ମୂଲ୍ୟ ୧ ଏପ୍ରିଲରୁ ୫% ବୃଦ୍ଧି କରିଥିଲା । ଫେବୃଆରୀରେ କମ୍ପାନୀ ଏହାର ସମସ୍ତ ଯାତ୍ରୀବାହୀ ଯାନର ମୂଲ୍ୟରେ ହାରାହାରି ୧.୨% ବୃଦ୍ଧି ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking