19.1 C
Bhubaneswar
Thursday, February 12, 2026
Homeଓଡିଶାବୁଧିପଡ଼ାରେ ସୋଆର ବୃକ୍ଷରୋପଣ ଓ ଗାଜର ଘାସ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବୁଧିପଡ଼ାରେ ସୋଆର ବୃକ୍ଷରୋପଣ ଓ ଗାଜର ଘାସ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଭୁବନେଶ୍ୱର ଉପକଣ୍ଠ ବୁଧିପଡ଼ା ଗ୍ରାମରେ ‘ସୋଆ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ’ ଅଧୀନରେ ସୋଆ ଏନ୍‌ଏସ୍‌ଏସ୍ ଓ ରୋଟାରୀ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ଗାଜର ଘାସ ନିରାକରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ ଓ ସଚେତନତା ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ ।
ଆଇଏଏସ୍‌ର ପ୍ରଫେସର ଡକ୍ଟର ସ୍ୱୟମ ସିଂହଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିବା ସହ ସଚେତନତାଧର୍ମୀ ନାଟକ ପ୍ରଦର୍ଶନ କରିଥିଲେ ।
ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା, ତୃଣକ ବିଜ୍ଞାନୀ ଡକ୍ଟର ଶୁଭପ୍ରଦ ଦାଶ, ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି, ଡକ୍ଟର ସତ୍ୟ ନାରାୟଣ ଶତପଥୀ, କ୍ଲବ୍ ସଭାପତି ଜ୍ଞାନ ରଞ୍ଜନ ରଥ, ସମ୍ପାଦକ ଶ୍ରୀ ସରୋଜ କୁମାର ମହାପାତ୍ର, ପରିବେଶବିତ୍ ଡକ୍ଟର ପି.କେ. ଦୀକ୍ଷିତ, ଶ୍ରୀ ମାଣିକ୍ ଚାନ୍ଦ ଶର୍ମା, ଶିକ୍ଷାବିତ ଶ୍ରୀ ଦୀପ୍ତି ଆଚାର୍ଯ୍ୟ, ଶ୍ରୀମତି ଚାରୁଲତା ଜେନା ଓ ଶ୍ରୀ ବିଶ୍ୱଜିତ୍ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଗ୍ରାମର ପୂରଣ ଶାସନ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ହେବା ସହ ଗ୍ରାମର ଅନେକ ଅଗ୍ରଣୀ ଚାଷୀ, ଗ୍ରାମବାସୀ, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଛାତ୍ର ପ୍ରତିନିଧି ଜୟ କୁମାର ଓ ଅନ୍ୟ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking