29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶବିବେକାନନ୍ଦ ତେଲେଙ୍ଗାନାର ସବୁଠୁ ଧନୀ ପ୍ରାର୍ଥୀ; ସମ୍ପତ୍ତି ପରିମାଣ ୬୦୦ କୋଟି

ବିବେକାନନ୍ଦ ତେଲେଙ୍ଗାନାର ସବୁଠୁ ଧନୀ ପ୍ରାର୍ଥୀ; ସମ୍ପତ୍ତି ପରିମାଣ ୬୦୦ କୋଟି

ହାଇଦ୍ରାବାଦ:  ଚଳିତମାସ ୩୦ରେ ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ନିର୍ବାଚନରେ କଂଗ୍ରେସ ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜି.ବିବେକାନନ୍ଦ ସବୁଠୁ ଧନୀ ପ୍ରାର୍ଥୀଭାବେ ମାନ୍ୟତା ପାଇଛନ୍ତି । ତାଙ୍କ ସମ୍ପତ୍ତି ପରିମାଣ ୬୦୦ କୋଟି ଟଙ୍କା ବୋଲି ଜଣାପଡିଛି । ତାଙ୍କ ପଛକୁ ଆଉ ଜଣେ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି । ପି.ଶ୍ରୀନିବାସ ରେଡ୍ଡିଙ୍କ ସମ୍ପତ୍ତି ପରିମାଣ ୪୬୦ କୋଟି ।

ନଭେମ୍ବର ୯ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ସେମାନଙ୍କର ସମ୍ପତ୍ତି ପରିମାଣ ସମ୍ପର୍କରେ ଜଣାପଡିଛି । କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଥିବା ଜି.ଗୋପାଳ ରେଡ୍ଡି ତାଙ୍କ ସମ୍ପତ୍ତି ପରିମାଣ ୪୫୮ କୋଟି ଦର୍ଶାଇଥିବାବେଳେ ଭାରତ ରାଷ୍ଟ୍ର ସମିତି ପ୍ରାର୍ଥୀ ପି.ଶେଖର ରେଡ୍ଡି ନିଜ ସମ୍ପତ୍ତି ପରିମାଣ ୨୨୭ କୋଟି ବୋଲି ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking