32.1 C
Bhubaneswar
Monday, March 9, 2026
Homeଓଡିଶାବିଜେପି ସରକାରରେ ମହିଳା ଅସୁରକ୍ଷିତ: ବିଜେଡି

ବିଜେପି ସରକାରରେ ମହିଳା ଅସୁରକ୍ଷିତ: ବିଜେଡି

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧକୁ ନେଇ ବିଜୁ ମହିଳା ଜନତା ଦଳ ରାଜ୍ୟ ସରକାରଙ୍କୁ କଡା ନିନ୍ଦା କରିଛି । ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ ପରିଚାଳନା କରିଥିଲେ । ଦଳ ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ କହିଥିଲେ, ବିଜୁ ଜନତା ଦଳ ମା ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣରେ ବିଶ୍ୱାସ କରେ । ଅନ୍ୟ ଦଳ ମାନଙ୍କ ପରି ଲୋକ ଦେଖାଣିଆ କାମ କରେ ନାହିଁ । ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତିକରଣ ପାଇଁ ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ମଞ୍ଜୁଲତା ପଣ୍ଡା, ଶ୍ୱେତପଦ୍ମା ଦାସ, ସରୋଜିନୀ ଷଡଙ୍ଗୀ, ନାଜିଆ ଆଲାମ, ସୁବୋର୍ଦ୍ଦିନୀ ୱାଡେକା, ନିବେଦିତା ଆଚାର୍ଯ୍ୟ ଓ ଆଶାଲତା ଦାସ ପ୍ରମୁଖ ରହିଥିଲେ ।

ସେହିପରି ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡିଶାର ପ୍ରାଚୀନ କାଳରୁ ଏପର୍ଯ୍ୟନ୍ତ ନାରୀ ଶକ୍ତି ନିଜର ପରାକାଷ୍ଠା ଦେଖାଇ ଆସିଛନ୍ତି । ରମା ଦେବୀ, ମାଳତୀ ଦେବୀ, ପାର୍ବତୀ ଗିରି, କୁନ୍ତଳା କୁମାରୀ ସାବତ, ସାରଳା ଦେବୀ, ଶୈଳବାଳା ଦାସ ପ୍ରମୁଖ ଓଡିଶା ସମାଜ, ସାହିତ୍ୟ ଓ ସ୍ୱାଧୀନତା ଆନେ୍ଦାଳନରେ ନିଜର ଉଲ୍ଲେଖନୀୟ ଅବାଦନ ଦେଇ ସ୍ମରଣୀୟ ହୋଇ ରହିଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ବିଜୁ ମହିଳା ଜନତା ଦଳ ତରଫରୁ ଶଙ୍ଖ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ସରକାର ସମୟରେ ମହିଳାମାନଙ୍କର ସାମାଜିକ, ଆର୍ଥିକ ସୁରକ୍ଷା ସ୍ୱଚ୍ଛଳ ଥିଲା ବେଳେ ବର୍ତ୍ତମାନର ବିଜେପି ସରକାରରେ ନାରୀମାନେ ଆର୍ଥିକ ଓ ସାମାଜିକ ଦୁର୍ବିସହର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କୁ ଅତ୍ୟାଚାର କରାଯାଉଛି । ମହିଳାମାନଙ୍କୁ ଅସମ୍ମାନ କରିବା, ଅତ୍ୟାଚାର କରିବା ଏ ଡବଲ ଇଂଜିନ ବିଜେପି ସରକାରର ଏକ ଧର୍ମ ହୋଇଯାଇଛି । ମହିଳାଙ୍କ ପାଇଁ ବର୍ତ୍ତମାନ ଓଡିଶା ଏକ ସୁରକ୍ଷିତ ସ୍ଥାନ ନୁହେଁ ।

ସେହିପରି ଶ୍ରୀମତୀ ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସହିତ ମହିଳାଙ୍କୁ କ୍ଷମତା ରାଜନୀତିରେ ଅଂଶୀଦାର କରିବା ପ୍ରକ୍ରିୟାର ମୂଳଦୁଆ ପକାଇଥିଲେ । ୧୯୯୧ ମସିହାରେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ବ୍ୟବସ୍ଥା ଓଡ଼ିଶାରେ ଲାଗୁ ହୋଇଥିବା ବେଳେ ୧୯୯୨ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ସମ୍ୱିଧାନର ୭୩ ଓ ୭୪ ତମ ସଂଶୋଧନ ଆଣି ଦେଶରେ ଏହି ବ୍ୟବସ୍ଥାର ପ୍ରାବଧାନ କରିଥିଲେ । ଏହି କାରଣରୁ, ବିଜୁ ବାବୁଙ୍କୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ମହିଳାଙ୍କୁ କ୍ଷମତା ପ୍ରଦାନ ପ୍ରକ୍ରିୟାର ଜନକ ବୋଲି ବିଚାର କରାଯାଏ । ଏହି କାରଣରୁ, ୧୯୯୩ ମସିହାରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବିଜୁ ଜୟନ୍ତୀ ଦିନ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଆସୁଥିଲା । ବିଜୁଙ୍କ ଏହି କୀର୍ତ୍ତି ସାରା ଦେଶ ପାଇଁ ମାର୍ଗ ଦର୍ଶକ ହୋଇଥିବା ବେଳେ, ଏହା ଓଡିଶା ପାଇଁ ଗର୍ବ ଗୌରବ ବୋଲି ବିଚାର କରାଯାଏ । ରାଜ୍ୟ ବିଜେପି ସରକାର ବିଜୁ ଜୟନ୍ତୀ ଦିନ ପଞ୍ଚାୟତିରାଜ ଦିବସ ନପାଳିବା ନିଷ୍ପତ୍ତି, ରାଜ୍ୟର ଗର୍ବ ଓ ଗୌରବକୁ କ୍ଷୁର୍ଣ୍ଣ କରିଛି, ଯାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୨୦ମାସ ଭିତରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଅହେତୁକ ଭାବେ ବୃଦ୍ଧି ପାଇଛି । ମହିଳା ମାନଙ୍କ, ବିଶେଷ କରି ଦଳିତ ଓ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ଅନ୍ୟାନ୍ୟ ଅତ୍ୟାଚାର ସମ୍ୱାଦ ପ୍ରତିଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି । ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଆଜି ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଓଡ଼ିଆ ଅସ୍ମିତା ଓ ମହିଳାଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କୁ ଚେତାବନୀ ଦେଉଛି ଯଦି ମହିଳା ମାନଙ୍କୁ ସଶକ୍ତ କରିବା ନାମରେ ଶୋଷଣ ଜାରି ରୁହେ, ମହିଳା ମାନଙ୍କ ସୁରକ୍ଷା ସ୍ଥିତିରେ ସୁଧାର ନଆସେ, ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀମତୀ ଛୁରିଆ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ସାମଲ ଉପସ୍ଥିତ ଥିଲେ ।

ଶଙ୍ଖଭବନରେ ଆୟୋଜିତ ଏହି ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଡ. ସଂତୃପ୍ତ ମିଶ୍ର, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ସୁଲୋଚନା ଦାସ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଚିନ୍ମୟ ସାହୁ, ଇପସିତା ସାହୁ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସୁମିତ୍ରା ଜେନା, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ରଞ୍ଜିତା ସାହୁ, ଡ.ଲୋପାମୁଦ୍ରା ବକ୍ସିପାତ୍ର, ଡ. ଗୀତାଞ୍ଜଳି ବସ୍ତିଆ, କସ୍ତୁରୀ ମହାପାତ୍ର, ବର୍ଷା ସିଂ ବରିହା, ମନୋରମା ମହାନ୍ତି, ମିନତୀ ବେହେରା, ନିଲ୍ କୁମାରୀ ନାଏକ, ଦମୟନ୍ତୀ ବାଗ୍, ପ୍ରୀତିନନ୍ଦା କାନୁନଗୋ, ଭାରତୀ ହାଂସଦା, ସରିତା ସାହୁ, ପାର୍ବତୀ ମସ୍ତି, ରୀନା ଗଡନାୟକ, ସାବିତ୍ରୀ ସେଠୀ, ମିନା ମାଝୀ, କୁ୍ୟ ସୁଲତାନା, ସଂଧ୍ୟାରାଣୀ ବିଶ୍ୱାଳ, ଉଷା ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, ଶାନ୍ତିଲତା ପ୍ରଧାନ, ଲଳିତା ନାଏକ, ସ୍ନେହାଞ୍ଜଳୀ ମହାନ୍ତି, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଦିଆଣ, ବାସନ୍ତୀ ହେମ୍ବ୍ରମ୍, ଜ୍ୟୋତ୍ସ୍ନା ପରିଡା, ପ୍ରଭାସିନୀ ଷଡଙ୍ଗୀ, ମାନସୀ ସୁନ୍ଦରାୟ, ଭାରତୀ ସିଂ, ରଂଜୁଲତା ରାୟ, ଏମା ଏକ୍କା, ଜ୍ୟୋତିରେଖା ନାୟକ, ଲୋରା ମହାପାତ୍ର, ନିବେଦିତା ମହାନ୍ତି, କସ୍ତୁରୀ ସ୍ୱାଇଁ, ରଞ୍ଜନା ପଣ୍ଡା, ମହାମାୟା ସ୍ୱାଇଁ, ରିଜୱାନା ବେଗ୍ମ, କମଳିନୀ ପାତ୍ର, ସରିତା ସାହୁ, ସାଗରିକା ମିଶ୍ର, ବିଦୁ୍ୟତଲତା ନାୟକ, ସୁନୀତି ସିଂ, ମମତା ବିଷୋଇ, ବିରାଜଲକ୍ଷ୍ମୀ ସାହୁ, ଇତିଶ୍ରୀ ଜେନା, ସଂଯୁକ୍ତା ମହାନ୍ତି, ଇଲା ସ୍ୱାଇଁ, ସ୍ୱରାଜଲକ୍ଷ୍ମୀ ଦାସ, ମୋନାଲିସା ଗନ୍ତାୟତ, ସୋନାଲୀ ଗନ୍ତାୟତ, ବବିତା ଜେନା, ଅଂଶୁ ତ୍ରିପାଠୀ ଓ ପୁନମ କହଂର ପ୍ରମୁଖ ଉପସ୍ତିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking