27.1 C
Bhubaneswar
Sunday, September 29, 2024
Homeଅପରାଧଫାଶୀ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

ଫାଶୀ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

ବନ୍ତ : ବନ୍ତ ଥାନା ଅଧିନ ବସନ୍ତିଆ ପଞ୍ଚାୟତ ବରମୁଣ୍ଡାସ୍ଥିତ ମନ୍ଦିର ନିକଟ ଏକ ପରିତ୍ୟକ୍ତ ଘରେ ଜଣେ ଛାତ୍ର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ମନହରପୁର ଗ୍ରାମର ରବିନ୍ଦ୍ର ପତିଙ୍କ ପୁଅ ସୌମ୍ୟକାନ୍ତ(୧୩) ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି । ପ୍ରକାଶ ଯେ, ମନହରପୁର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ସୌମ୍ୟକାନ୍ତ ୭ମ ଶ୍ରେଣୀରେ ପାଠ ପଢୁଥିଲା । ଶୁକ୍ରବାର ସ୍କୁଲ୍‌କୁ ଯାଇଥିବା ବେଳେ ଖେଳଛୁଟି ବେଳେ କାହାକୁ କିଛି ନଜଣାଇ ବିଦ୍ୟାଳୟ ଠାରୁ କିଛି ଦୂରରେ ଥିବା ବରମୁଣ୍ଡାସ୍ଥିତ ମନ୍ଦିର ନିକଟ ପରିତ୍ୟକ୍ତ ଘର ପାଖକୁ ଯାଇ ବେକରେ ଫାସି ଲଗାଇ ଦେଇଥିଲା । ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର କରିଥିଲେ । ପୁଲିସ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୌମ୍ୟକାନ୍ତ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ଆଗରୁ ସେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା କଥା ପୁଲିସ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking