29.1 C
Bhubaneswar
Friday, October 18, 2024
Homeଅପରାଧପ୍ରେମ ପାଇଁ ବ୍ଲେଡରେ ହାତ କାଟିଲା ନାବାଳିକା ପ୍ରେମିକା

ପ୍ରେମ ପାଇଁ ବ୍ଲେଡରେ ହାତ କାଟିଲା ନାବାଳିକା ପ୍ରେମିକା

ଲକ୍ଷ୍ନୌ: ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମରେ ମଣିଷ କିଛି ବି କରିପାରେ । ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଆସିଛି ଉତ୍ତରପ୍ରଦେଶର କାନପୁର ଦେହତରୁ । ସେଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ମିଶିବା ପାଇଁ ୭୦୦କି.ମି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ।

ଘଟଣା ଅନୁଯାୟୀ, ଝିଂଝକ କସ୍ୱେରେ ରହୁଥିବା ଜଣେ ଯୁବକ ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରାଇଭେଟ ଚାକିରୀ କରୁଥିଲେ । ସେଠାରେ ସେ ଜଣେ ନାବାଳିକାଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ କିଛିଦିନ ପରେ ପ୍ରେମିକ ଜଣକ ନିଜ ଘରକୁ ଫେରିଥିଲେ ।

ପ୍ରେମିକର ଘରଲୋକ ଏହି କଥା ଶୁଣି ତାଙ୍କୁୁ ଝିଅ ସହ କଥା ନହେବା ପାଇଁ କହିଥିଲେ ଏବଂ ପ୍ରେମିକ ଜଣକ ତାହା ମାନି ପ୍ରେମିକା ସହ କଥା ହେବା ବନ୍ଦ କରିଦେଇଥିଲେ । ଫଳରେ ନାବାଳିକା ଯୁବକଙ୍କ ଗାଁକୁ ଯିବା ପାଇଁ ସ୍ଥିର କରି ଇନ୍ଦୋରରୁ ୭୦୦ କି.ମି ଦୂର କାନପୁରର ଝିଂଝକ ଆସି ପହଞ୍ଚିଥିଲେ । ନାବାଳିକା ଜଣକ ଯୁବକଙ୍କ ଘରେ ପହଞ୍ଚିଥିଲେ କିନ୍ତୁ ଯୁବକ ଜଣକ ମିଶିବା ପାଇଁ ରାଜି ହୋଇ ନଥିଲେ ।

ଏହାପରେ ନାବାଳିକା ନିଜର ନିୟନ୍ତ୍ରଣ ହରାଇ ହାତର ଶୀରକୁ ବ୍ଲେଡରେ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ସେ ପୋଲିସ ଷ୍ଟେସନ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ଅଚେତ ହୋଇପଡ଼ିଥିଲେ । ଏହାପରେ ପୋଲିସ ନାବାଳିକାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଚିକିତ୍ସା ପରେ ପୋଲିସ ପଚାରାଉଚାରା କରିବା ବେଳେ ନାବାଳିକା ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ । ବର୍ତ୍ତମାନ ପୋଲିସ ନାବାଳିକାଙ୍କୁୁ ଖୋଜିବା ଆରମ୍ଭ କରିଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking