18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରଥମ ଥର ବିଶ୍ୱକପ୍‌ ଖେଳିବ ନାହିଁ ୱେଷ୍ଟଇଣ୍ଡିଜ୍‌

ପ୍ରଥମ ଥର ବିଶ୍ୱକପ୍‌ ଖେଳିବ ନାହିଁ ୱେଷ୍ଟଇଣ୍ଡିଜ୍‌

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ର ୪ ଦଶନ୍ଧିର ଇତିହାସରେ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ ୱେଷ୍ଟଇଣ୍ଡିଜ୍‌। ୩ ଦଶନ୍ଧି ଧରି କ୍ରିକେଟ୍‌ ଦୁନିଆରେ ରାଜୁତି କରିଥିବା ୱେଷ୍ଟଇଣ୍ଡିଜ୍‌ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ଦୌଡ଼ରୁ ବାଦ୍‌ପଡ଼ିଛି। ଏଠାରେ ଚାଲିଥିବା ଦିନିକିଆ ବିଶ୍ବକପ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ସୁପର୍‌ ସିକ୍ସ ପର୍ଯ୍ୟାୟରେ ଶନିବାର ସ୍କଟ୍‌ଲାଣ୍ଡଠାରୁ ୭ ୱିକେଟରେ ପରାସ୍ତହେବା ପରେ ୱେଷ୍ଟଇଣ୍ଡିଜ୍‌ ଦିନିକିଆ ବିଶ୍ବକପ୍‌ ଖେଳିବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

୬ଟି ଦଳ ମଧ୍ୟରୁ ଶ୍ରୀଲଙ୍କା ଓ ଜିମ୍ବାୱେ ଲିଗ୍‌ ପର୍ଯ୍ୟାୟରୁ ୪ ପଏଣ୍ଟ ଲେଖାଏଁ ନେଇ ଆସିଥିଲେ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଜିତି ୬ ପଏଣ୍ଟରେ ପହଞ୍ଚିଛନ୍ତି। ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ର ବିଜେତା ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିବ। ୱେଷ୍ଟଇଣ୍ଡିଜ୍ ହାତରେ କୌଣସି ପଏଣ୍ଟ ନଥିବା ବେଳେ ଏହାକୁ ସ୍କଟ୍‌ଲାଣ୍ଡ ହରାଇବା ପରେ ପ୍ରଥମଥର ଏହା ବିଶ୍ବକପ୍‌ ନ ଖେଳିବା ସ୍ପଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking