ବ୍ୟୁରୋ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଛବି ‘ତୁଳସୀ ଅପା’ରୁ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ବର୍ଷା ପଟ୍ଟନାୟକ ସମୟାନ୍ତରରେ ମନଛୁଆଁ ଭୂମିକାରେ ଆସି ଦର୍ଶକଙ୍କ ମନରେ ରାଜ୍ କରିବାରେ ସଫଳ ହୋଇଛନ୍ତି। ତାଙ୍କ ଅଭିନୀତ ସିନେମା ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଥିବା ବେଳେ ଆଗକୁ ମୁକ୍ତିଲାଭ କରିବାକୁ ଯାଉଛି ‘ତ୍ରିକନ୍ୟା’। ପୂର୍ବ ଦୁଇ ସିନେମା ପରି ଏ ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ତାଙ୍କୁ ଭରପୂର ଭଲପାଇବା ଦେବେ ବୋଲି ସେ ଆଶା ରଖିଛନ୍ତି। ନୃତ୍ୟଶିଳ୍ପୀରୁ ନାୟିକା ବନିଥିବା ବର୍ଷାଙ୍କର ଆଗକୁ ‘ଦାହାନ୍’ ନାମରେ ଏକ ହରର୍ ଫିଲ୍ମ ଆସୁଛି।