28.1 C
Bhubaneswar
Sunday, October 6, 2024
Homeଓଡିଶାଭୁବନେଶ୍ୱରନାନା ପାଟେକରଙ୍କ ସହ ସ୍କ୍ରିନ୍ ସେୟାର କରିବେ ପ୍ରକୃତି

ନାନା ପାଟେକରଙ୍କ ସହ ସ୍କ୍ରିନ୍ ସେୟାର କରିବେ ପ୍ରକୃତି

ଭୁବନେଶ୍ୱର : ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ବଲିଉଡ ଚର୍ଚ୍ଚିତ ଅଭିନେତା ନାନା ପାଟେକରଙ୍କ ସହ ଏକ ହିନ୍ଦୀ ସିନେମାର ନଜର ଆସିବେ । ଯାହାର ଶୀର୍ଷକ ଘୋଷଣା ହୋଇନଥିବାବେଳେ ପ୍ରକୃତି ଏବଂ ନାନାଙ୍କ ଏକ ଫଟୋ ସହ ଏହି ଖବରକୁ ନେଇ ଓଲିଉଡରେ ଢେର ସାରା ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଛି । ପ୍ରକୃତି ମିଜାନ ଜାଫ୍ରେଙ୍କ ସହ ସ୍କ୍ରିନ୍‌ରେ ରୋମାନ୍ସ କରିବା ଦେଖିବାକୁ ମିଳିବ ।

ଏ ସମ୍ପର୍କରେ ପ୍ରକୃତି କହିଛନ୍ତି, ସିନେମାରେ ଜଣେ ଆଇନଜୀବୀ ଭାବେ ମିଜାନଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରୁଛି । ଏହା ଏକ ଥ୍ରୀଲର ସିନେମା । ଏଥିରେ ନାନା ସାର୍‌ ଜଣେ ତଦନ୍ତକାରୀ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ମାଭେରିକ୍‌ ପିକଚର୍ସ ସହାୟତାରେ ଭାୟାକମ୍‌ ୧୮ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସମୀର କର୍ଣ୍ଣିକ୍‌ । କ୍ୟାମେରା ପରିଚାଳନା କରୁଛନ୍ତି ସିନେମାଟୋଗ୍ରାଫର ବିନୋଦ ପ୍ରଧାନ । ପୂର୍ବରୁ ଜାତୀୟସ୍ତରର ବିଭିନ୍ନ ରିଆଲିଟି ଶୋ’, ଟେଲି ସିରିଜ୍‌ ଏବଂ ହିନ୍ଦୀ ଫିଲ୍ମରେ ପ୍ରକୃତି ନଜର ଆସିବା ସହ ଅଭିନୟର ସ୍ୱତନ୍ତ୍ର ଛାଫ ଛାଡ଼ିଛନ୍ତି । ଗତ ଜୁନ୍‌ ୩ରେ ଓଡ଼ିଆରେ ବାବୁସାନ୍‌ଙ୍କ ସହିତ ତାଙ୍କର ସିନେମା ‘ପ୍ରେମମ୍‌’ ମୁକ୍ତିଲାଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking