ନୂଆଦିଲ୍ଲୀ : ଦେଶବ୍ୟାପୀ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏନ୍ସିସିଏଫ୍ (ନ୍ୟାସନାଲ କୋଅପରେଟିଭ୍ କନ୍ଜ୍ୟୁମର୍ସ ଫେଡେରେସନ ଅଫ୍ ଇଣ୍ଡିଆ) ତରଫରୁ ବିଗତ ଦୁଇଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ରିହାତି ମୂଲ୍ୟରେ ମୋଟ ୭୧୫ କ୍ୱିଣ୍ଟାଲ ଟମାଟୋ ବିକ୍ରି କରାଯାଇଛି । ଦିଲ୍ଲୀର ୭୦ଟି ଅଞ୍ଚଳରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ଟମାଟୋ ବିକ୍ରି କରାଯାଇଛି । ଅଗଷ୍ଟ ୧୨ରେ ୩୬,୫୦୦ କିଗ୍ରା ଏବଂ ଅଗଷ୍ଟ ୧୩ରେ ୩୫,୦୦୦ କିଗ୍ରା ଟମାଟୋ କିଲୋ ପିଛା ୭୦ ଟଙ୍କାରେ ବିକ୍ରି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀରେ ଗ୍ରାହକଙ୍କୁ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯାଇଥିବା କୁହାଯାଇଛି ।