31.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ । ଚାରି ଧାମ ଟନେଲ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକ ଫସିଥିବା ସୂଚନା ମିଳିଛି । ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର । ଗତକାଲିଠାରୁ ଫସି ରହିଛନ୍ତି, ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି । ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ । ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଫସିଛନ୍ତି ଶ୍ରମିକ ।

ତେବେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ସହ ଉଦ୍ଧାରକାରୀ ଦଳ ଯୋଗାଯୋଗ କରିଥିବା ଜଣା ପଡ଼ିଛି । ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବାପାଇଁ ନିର୍ମାଣ କରାଯାଉଥିଲା । ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking