29.1 C
Bhubaneswar
Saturday, September 21, 2024
Homeଓଡିଶାଚିଲିକା ଖନନ ପାଇଁ ୨୩କୋଟି ଟଙ୍କା ଅନୁଦାନ

ଚିଲିକା ଖନନ ପାଇଁ ୨୩କୋଟି ଟଙ୍କା ଅନୁଦାନ

ଚିଲିକା  : ଖୋର୍ଦ୍ଧା ଜିଲା ସମେତ ପୁରୀ ଏବଂ ଗଞ୍ଜାମ ଜିଲାର ଏଗାର ଶହ ପଚାଶ ବର୍ଗ କିଲୋମିଟର ପରିବ୍ୟାପ୍ତ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରିଛନ୍ତି। ଏଥିରେ ମୋଟ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାର ଜଣାପଡିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଅନୁଦାନ ପ୍ରଦାନ କରିଛି। ଏଥିରେ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ ଅନୁଦାନ ପ୍ରଦାନ କରିବେ।

ବର୍ତ୍ତମାନ ଉପରମୁଣ୍ଡରୁ ମାଟି ଆସି ପୋତିହେବାରୁ ଚିଲିକା ସଙ୍କୁଚିତ ହେବାରେ ଲାଗିଛି। ଏଥିସହିତ ଏହାର ଗଭୀରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଏହି ହ୍ରଦରୁ ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ସଂରକ୍ଷଣ ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking