27.1 C
Bhubaneswar
Saturday, October 19, 2024
Homeଓଡିଶାଚଳଚଞ୍ଚଳ ରଥଖଳା, ୨୭ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ

ଚଳଚଞ୍ଚଳ ରଥଖଳା, ୨୭ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ

ପୁରୀ: ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଥ ନିର୍ମାଣର ଆଜି ଚତୁର୍ଥ ଦିନରେ ତିନି ରଥର ବିଶ୍ୱକର୍ମା ମହାରଣା ମାନେ ୨୭ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ରଥ ନିର୍ମାଣ କାର୍ଯ୍ୟର ଆଜି ଚତୁର୍ଥ ଦିନରେ ତୁମ୍ବ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା । ତିନି ରଥର ମୋଟ ୪୨ଟି ତୁମ୍ବରୁ ଆଜି ସୁଦ୍ଧା ୨୭ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । କରତି ସେବକ ମାନେ ବଡ଼ ବଡ଼ ଫାଶୀ କାଠ ଗଣ୍ଡିକୁ କରତ ସାହାଯ୍ୟରେ କାଟି ବିଶ୍ୱକର୍ମା ମହାରଣାଙ୍କୁ ଯୋଗାଉଛନ୍ତି । ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ୬ଟି ଚକ ସହ ତିନୋଟି ଅଖ ଡେରାଯିବାର ବିଧି ରହିଛି ।

ଏଣୁ ତୁମ୍ବ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରି କିଭଳି ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେନେଇ ଲକ୍ଷ ରଖିଛନ୍ତି ମହାରଣା ସେବକ । ସକାଳ ୮ଟା ରୁ ରାତି ୮ଟା ପର୍ଯ୍ୟନ୍ତ ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବକ ମାନେ ବେଶ୍ ନିଷ୍ଠାର ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ୧୦ ଗୋଟି ଲେଖାଁଏ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥର ୭ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଅଛି । ସେହିପରି ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳ ରେ ଓଝା ବା କମାର ସେବକ ମାନେ ଲୁହା ରଡ଼ କାଟି ୬/୭” ସାଇଜର ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking