17.1 C
Bhubaneswar
Tuesday, December 9, 2025
Homeଓଡିଶାଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ଜଳାଭିଷେକ ପାଇଁ ତିନି ରାଜ୍ୟ କାଉଡିଆଙ୍କ ଭିଡ଼

ଚନ୍ଦ୍ରଶେଖର ମହାଦେବ ମନ୍ଦିରରେ ଜଳାଭିଷେକ ପାଇଁ ତିନି ରାଜ୍ୟ କାଉଡିଆଙ୍କ ଭିଡ଼

ମୟୂରଭଞ୍ଜ : ଆଜି ଶ୍ରାବଣ ମାସର ଶେଷ ସୋମବାର। ପ୍ରତ୍ୟେକ ଶୈବ ପୀଠରେ ଜଳା ଅଭିଷେକ ପାଇଁ କଉଡ଼ିଆଙ୍କ ଜମୁଛି ଭିଡ | ଭକ୍ତମାନଙ୍କ ପାଇଁ ଚଳଚଞ୍ଚଳ ହେଇପଡିଛି ଖିଚିଂ । ତେବେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିର ନିକଟରେ ପୂଜା ପାଉଛନ୍ତି ଚନ୍ଦ୍ରଶେଖର ମହାଦେବ । ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ କରିବା ପାଇଁ ଆଜି ତିନୋଟି ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ଯୋଉଥିପାଇଁ ଚଳଚଞ୍ଚଳ ହୋଇଛି ଶୁକୃଳି ବ୍ଲକ ଅଞ୍ଚଳର ଖିଚିଂ ମନ୍ଦିର । ରବିବାର ରାତିରୁ ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଖିଚିଂରେ ଅପେକ୍ଷା କରିଥିଲେ। ଆଜି ସକାଳୁ ସକାଳୁ ଓଡ଼ିଶାର ଗଙ୍ଗା କୁହା ଯାଉଥିବା ବୈତରଣୀ ନଦୀ କୂଳରେ ଭିଡ଼ ଲାଗିଥିଲା । ଦୋମୁହାଁଣିରେ ବୁଡ଼ ପକାଇ ଭକ୍ତମାନେ ପାଣି ନେଇ ଖିଚିଂ ମନ୍ଦିର ଅଭିମୁଖେ ଆସିଥିଲେ । ଖିଚିଂ ମନ୍ଦିର ପ୍ରବେଶ ଦ୍ଵାର ଖୋଲିବା ପରେ ଭକ୍ତମାନଙ୍କ ଲମ୍ବା ଧାଡ଼ି ଲାଗିଥିଲା । ଶାନ୍ତି ଶୃଙ୍ଖଳାରେ ଜଳାଭିଷେକ ସହ ପୂଜାର୍ଚ୍ଚନା ସମାପନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ଖିଚିଂ ମନ୍ଦିରରେ ମା’ କିଚକେଶ୍ୱରୀ ମନ୍ଦିର ସହିତ ମନ୍ଦିର ପରିସରରେ ତିନୋଟି ଶିଵଲିଙ୍ଗ ପୂଜା ପାଉଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାଭାରତ ସମୟରୁ ଏଠାରେ ଶକ୍ତି ଏବଂ ଶୈବପୀଠ ଭାବରେ ବେଶ ପରିଚିତ । ଶ୍ରାବଣ ମାସରେ ପ୍ରଥମେ ମହାଦେବ ପାଖରେ ପୂଜାର୍ଚ୍ଚନା କରିବା ପରେ ମା’ କିଚକେଶ୍ୱରୀ ଠାକୁରାଣୀକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଖିଚିଂ ମନ୍ଦିର ନିକଟରୁ କିଛି ଦୂରରେ ଥିବା କୁଟେଇ ତୁଣ୍ଡି ମନ୍ଦିରରେ ମଧ୍ୟ ଭିଡ଼ ଲାଗିଥିଲା କାଉଡି ଭକ୍ତଙ୍କ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking