ଇସଲାମାବାଦ: ପାକିସ୍ତାନର ପେଶୱାର ସହରଠାରୁ ୩୫ କିମି ଦୂର ଡାରା ଆଦାମ ଖେକ୍ ଅଞ୍ଚଳରେ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ କୋଇଲା ଖଣିର ସୀମା ପୁନଃନିର୍ଦ୍ଧାରଣକୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିଚାଳନା ହୋଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ପେଶୱାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।