ମୟୁରଭଞ୍ଜ: ଯାତ୍ରା ଦେଖିବା ହେଲା କାଳ, ଯାତ୍ରା ଦେଖି ଫେରିବା ବାଟରେ ଜଗି ବସିଥିଲା ଯମ ନେଇଗଲା ୩ ଜୀବନ। ଘଟିଲା ବାଇକ ଦୁର୍ଘଟଣା, ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ନିକଟରୁ, ସନ୍ଧ୍ୟା ୭ ଘଟିକା ସମୟରେ ବାଇକ ଯୋଗେ ହାତୀବାରି ଗ୍ରାମରୁ ଯାତ୍ରା ଦେଖି ୪ ଜଣ ଯୁବକ ଫେରୁଥିବା ବେଳେ ହାତୀବାରି ହୁଡ଼ିସାହି ନିକଟ ଦେଓ କେନାଲ ତଳକୁ ବାଇକ ଖସି ପଡିବାରୁ କେନାଲ ପାଣିରେ ବୁଡି ଚାରିଜଣ ଯୁବକଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହଇଥିବା ସୂଚନା ।
ଖବରପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ଏବଂ ଅଗ୍ନୀଶମ ବିଭାଗ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ,ତେବେ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନି । ଅନ୍ୟପଟେ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତଜାରୀ ରହିଥିବା ଜଣାପଡ଼ିଛି।