11.1 C
Bhubaneswar
Friday, January 16, 2026
Homeଖେଳଏଟିପି ଫାଇନାଲ୍ସରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି

ଏଟିପି ଫାଇନାଲ୍ସରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି

ନୂଆଦିଲ୍ଲୀ: ଭାରତର ମହାନ୍ ଡବଲ୍ସ ଖେଳାଳି ରୋହନ ବୋପନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍ ସମ୍ମାନଜନକ ସିଜନ୍ ଶେଷ ଏଟିପି ଫାଇନାଲ୍ସରେ ସ୍ଥାନ ପକ୍କା କରିଛନ୍ତି। ଭାରତୀୟ ଖେଳାଳିଙ୍କର ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଚତୁର୍ଥ ଆବିର୍ଭାବ ହେବ। ରୋଲେକ୍ସ ପ୍ୟାରିସ୍ ମାଷ୍ଟର୍ସରୁ ନାଥାଲିଏଲ୍ ଲାମୋନ୍ସ ଓ ଜ୍ୟାକ୍‌ସନ୍ ୱିଥ୍ରୋ ବିଦରା ନେବାପରେ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ସ୍ଥାନ ହାସଲରେ ସଫଳ ହୋଇଛି। ଟୁରିନ୍‌ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ବୋପନ୍ନା-ଏବ୍‌ଡେନ୍‌ଙ୍କ ବ୍ୟତୀତ ୱେସ୍‌ଲି କୁଲହଫ୍‌/ନିକୋଲା ମେକ୍‌ଟିକ୍‌, କେଭିନ୍ କ୍ରାୱିଏଟ୍‌ଜ/ଟିମ୍ ପୁଏଟ୍‌ଜ, ହାରି ହେଲିଓଭାରା/ହେନ୍‌ରୀ ପାଟେନ୍‌, ମାର୍ସେଲୋ ଆରେଭାଲୋ/ମାଟ୍ ପାଭିକ୍‌, ମାର୍ସେଲ୍ ଗ୍ରାନୋଲର୍ସ/ହେରାସିଓ ଜେବାଲୋସ୍‌, ସିମୋନ ବୋଲେଲି/ଆନ୍ଦ୍ରିଆ ଭାଭାସୋରୀ ଏବଂ ମାକ୍ସ ପୁରସେଲ୍‌/ଜୋର୍ଡାନ୍ ଥମ୍ପସନ୍ ଭାଗ ନେଉଛନ୍ତି। ନଭେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଇନାଲ୍‌ପି ଏରିନାରେ ଆୟୋଜିତ ହେବାକୁ ଥିବା ଏଟିପି ଫାଇନାଲ୍ସରେ ବିଶ୍ୱର ଶୀର୍ଷ ଆଠ ଡବଲ୍ସ ଟିମ୍ ଭାଗନେବେ। ଏବ୍‌ଡେନ୍‌ଙ୍କ ସହ ସାଥୀହୋଇ ବୋପନ୍ନା ଚଳିତ ସିଜନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ବୟସ୍କ ଖେଳାଳି ଭାବେ ୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ। ସେହିପରି ପରେ ଏହି ଯୋଡ଼ି ମିଆମି ଓପନ୍ ଟାଇଟଲ୍ ନିଜ ନାମରେ କରିଥିଲା। ଏହା ବ୍ୟତୀତ ଆଡିଲେଡ୍ ଫାଇନାଲ୍ ଓ ରୋଲାଣ୍ଡ ଗାରୋସ୍ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଏହା ବୋପନ୍ନା-ଏବ୍‌ଡେନ୍‌ଙ୍କ ଲଗାତାର ଦ୍ୱିତୀୟ ଏଟିପି ଫାଇନାଲ୍‌। ୨୦୨୩ରେ ଟୁରିନ୍‌ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ଗ୍ରାନୋଲର୍ସ ଓ ଜେବାଲୋସ୍‌ଙ୍କଠାରୁ ପରାଜିତ ହୋଇଥିଲେ। ପ୍ରଥମ ଏଟିପି ଫାଇନାଲ୍ସ ଟାଇଟଲ୍ ଲକ୍ଷ୍ୟରେ ଥିବା ବୋପନ୍ନାଙ୍କ ପାଇଁ ଏହି ଇଭେଣ୍ଟ୍ ବିଶେଷ ମହତ୍ୱ ରଖୁଛି। ଏହା ପୂର୍ବରୁ ୨୦୧୨ରେ ମହେଶ ଭୂପତି ଏବଂ ୨୦୧୫ରେ ଫ୍ଲୋରିନ୍ ମେରଗିଆଙ୍କୁ ସାଥୀକରି ରନର୍ସଅପ୍ ହୋଇଥିଲେ। ବୋପନ୍ନା ୨୦୧୧ରେ ଐସମ୍‌-ଉଲ୍‌-ହକ୍ କ୍ୟୁରୋଶୀଙ୍କ ସହ ପ୍ରଥମ ଥର ପାଇଁ ଏଟିପି ଫାଇନାଲ୍ସ ଖେଳିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking