27.1 C
Bhubaneswar
Saturday, October 19, 2024
Homeଓଡିଶାଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ; ଆକାଉଣ୍ଟରୁ କଟୁଛି ଅଧିକ, ବାହାରୁଛି କମ୍

ଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ; ଆକାଉଣ୍ଟରୁ କଟୁଛି ଅଧିକ, ବାହାରୁଛି କମ୍

ଭୁବନେଶ୍ୱର : ଏଟିଏମରୁ ଟଙ୍କା ଉଠାଉଥିଲେ ସାବଧାନ। ଆପଣ ଯେତିକି ଟଙ୍କା ଉଠାଉବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍ ଟଙ୍କା ଆସୁଥିବା ଅଭିଯୋଗ ଆସିଛି। ଭୁବନେଶ୍ୱର ପ୍ରଶାନ୍ତି ବିହାର ଷ୍ଟେଟ ବ୍ୟାଙ୍କ ଏଟିଏମରେ ଏଭଳି କମ୍ ଟଙ୍କା ଆସିଥିବା ଉପଭୋକ୍ତାମାନେ ଅଭିଯୋଗ ଆଣିଛନ୍ତି।ଗତକାଲି ଅପରାହ୍ନ ଠାରୁ ଏଟିଏମରେ ଏଭଳି କମ ଟଙ୍କା ଆସୁଥିଲେ ବି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ୩ ହଜାର ଟଙ୍କା ଉଠାଇ ଜଣେ ଉପଭୋକ୍ତା ୨୯୦୦ ଟଙ୍କା ପାଇଥିବା ବେଳେ ୫୨୦୦ ଟଙ୍କା ଉଠାଇ ଜଣେ ଉପଭୋକ୍ତା ୫୦୦୦ ଟଙ୍କା ପାଇଛନ୍ତି ।ଅନ୍ୟପଟେ ଏସବିଆଇକର୍ତ୍ତୃପକ୍ଷ କହିଛନ୍ତି, ଏନେଇ କୌଣସି ଅଭିଯୋଗ ଆସିନଥିଲା। ଗଣମାଧ୍ୟମରୁ ଏହି ଖବର ପାଇଲୁ।  ତୁରନ୍ତ ଏଟିଏମକୁ ଅଚଳ କରିଦିଆଯିବ। ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ଯେତିକି ଟଙ୍କା ଏଟିଏମରୁ ଉଠାଇବାକୁ ବଟନ୍ ଦବାଉଛି, ସେତିକି ଟଙ୍କା ଉଠୁ ନାହିଁ। ଯଦି ଆମେ ୩୦୦୦ ଟଙ୍କା ଉଠାଉଛୁ, ତାହାହେଲେ ୨୯୦୦ ଟଙ୍କା ଆସୁଛି। କିନ୍ତୁ ଆକାଉଣ୍ଟରୁ ୩୦୦୦ ଟଙ୍କା କଟିଯାଉଛି।ଆଉ ଜଣେ  ଅଭିଯୋଗକାରୀ କହିଛନ୍ତି, ମୁଁ ୫୨୦୦ ଟଙ୍କା ଏଟିଏମଉଠାଇବା ପାଇଁ ବଟନ୍ ଦବାଇଥିଲି। ହେଲେ ଏଟିଏମରୁ ୫୦୦୦ ଟଙ୍କା ଆସିଥିଲା। ଆଉ ୨୦୦ ଟଙ୍କା ଆସିନଥିଲା। ଏପରି ସମସ୍ୟା ଗତକାଲିଠୁ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking