18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଏକାଠି ନଜର ଆସିଲେ ମୋଦି ଓ ଶରଦ ପାୱାର : ଚିନ୍ତାରେ ବିରୋଧୀ ଦଳ

ଏକାଠି ନଜର ଆସିଲେ ମୋଦି ଓ ଶରଦ ପାୱାର : ଚିନ୍ତାରେ ବିରୋଧୀ ଦଳ

ପୁଣେ: ଆଜି ମହାରାଷ୍ଟ୍ରର ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏନସିପି ସୁପ୍ରିମୋ ଶରଦ ପାୱାର ଏକାଠି ନଜର ଆସିଛନ୍ତି | ଉଭୟ ନେତା ପରସ୍ପରକୁ ସ୍ୱାଗତ କରିଥିବାବେଳେ ବେଶ କିଛି ସମୟ ପାଇଁ ହାସ୍ୟରୋଳ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା | ତେବେ ଏହି କାର୍ଯ୍ୟକ୍ରମରେ ଶରଦଙ୍କ ଯୋଗଦାନ ନିଷ୍ପତ୍ତି ମହାବିକାଶ ଅଘାଡି(ଏମଭିଏ)ରେ ଆଲୋଡ଼ନ ସୃଷ୍ଟି କରିଛି। କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ଶରଦ ପାୱାରଙ୍କୁ ବୁଝାଇବାକୁ କିଛି କଂଗ୍ରେସ ନେତା ଯାଇଥିଲେ ବି ଶରଦ ସେମାନଙ୍କୁ ଭେଟିନଥିଲେ | ଏମଭିଏ ନେତାଙ୍କ କହିବା କଥା ଯେ ଶରଦ ପାୱାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ ନଥିଲା କାରଣ ଏହା ବିରୋଧୀ ଏକତାକୁ ନେଇ ଭୁଲ ବାର୍ତ୍ତା ପଠାଇବ। ଏନେଇ ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ବସିବା, ବିରୋଧୀ ମେଣ୍ଟକୁ ନେଇ ଲୋକଙ୍କ ପାଖକୁ କିଭଳି ବାର୍ତ୍ତା ଯିବ, ତାହା ପ୍ରତି ପାୱାର ସଚେତନ ହେବା ଉଚିତ। ଯେତେବେଳେ ବିରୋଧୀ ମେଣ୍ଟ ଏମଭିଏ ଏବଂ ଇଣ୍ଡିଆର ନେତା ଏଭଳି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ସେତେବେଳେ ଏହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରେ।
ପାୱାର ଜଣେ ଅଭିଜ୍ଞ ନେତା, ଯାହାଙ୍କୁ ଏସବୁ କହିବା ଆବଶ୍ୟକ ନାହିଁ | ସେ ଆହୁରି ମଧ୍ୟ କହିଛନ୍ତି ଯେ ପାୱାର ନିଷ୍ପତ୍ତିକୁ ନେଇ ଦ୍ଵନ୍ଦ ରହୁଛି, ତାଙ୍କୁ ଏନେଇ ସଫେଇ ଦେବା କଥା | କିନ୍ତୁ ଆମେ ଏକାଠି ଅଛୁ। ଏମଭିଏ ଶକ୍ତିଶାଳୀ ଅଛି | ଉଲ୍ଲେଖ ଥାଉ କି ଏହାପୂର୍ବରୁ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପାୱାରଙ୍କୁ ଅନୁରୋଧ କରିଥିଲା। ମୁମ୍ବାଇ କଂଗ୍ରେସ ମୁଖ୍ୟ ବର୍ଷା ଗାଇକୱାଡ କହିଥିଲେ ଯେ ମୁଁ ତାଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରୁଛି। ଖବର ଅନୁଯାୟୀ ମହାରାଷ୍ଟ୍ରର କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳ ସୋମବାର ଦିନ ଶରଦ ପାୱାରଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିବେଦନ କରିବାକୁ ଯାଇଥିଲେ । କିନ୍ତୁ ଶରଦ ପାୱାର ତାଙ୍କୁ ଭେଟିନଥିଲେ | ଏନେଇ ମହାରାଷ୍ଟ୍ର କଂଗ୍ରେସ ଉପାଧ୍ୟକ୍ଷ ମୋହନ ଯୋଶୀ କହିଥିଲେ ଯେ ବିରୋଧୀ ଦଳର ଏକ ପ୍ରତିନିଧୀ ଦଳ ଶରଦ ପାୱାରଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସମୟ ଦେଇନଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking