25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ତେଲ ଆଭିଭଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଝଟକା । ସୋମବାର ଦିନ ଇସ୍ରାଏଲ ନ୍ୟାୟପାଳିକାଙ୍କ ଶକ୍ତିକୁ ସଙ୍କୁଚିତ କଲାଭଳି ଏକ ବିବାଦୀୟ ଆଇନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଗତବର୍ଷ ଗାଜା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଏହି ଆଇନ ଆସିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ କରାଯାଇଥିଲା ।

ଇସ୍ରାଏଲର ଏକ ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଇସ୍ରାଏଲର ସୁପ୍ରିମକୋର୍ଟ ଏକ ବିବାଦୀୟ ଆଇନକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପରେ ଦେଶରେ ବିବାଦ ବଢିବାର ସମ୍ଭାବନା ରହିଛି । ଗୋଟିଏ ପଟେ ଇସ୍ରାଏଲ ହମାସ ସହ ଜୋରଦାର ଯୁଦ୍ଧ ଜାରି ରଖିଥିବା ବେଳେ ଏହା ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତି ଦେଶରେ ଅଶାନ୍ତି ସୃଷ୍ଟି କରିପାରେ ।

ଏହି ଆଇନ ଗତବର୍ଷ ଜୁଲାଇ ମାସରେ ଇସ୍ରାଏଲର ସଂସଦରେ ଅନୁମୋଦନ ହୋଇଥିଲା । ଏହି ଆଇନ ବଳରେ ସରକାରୀ ନିର୍ଣ୍ଣୟକୁ ସୁପ୍ରିମକୋର୍ଟ ଯୁକ୍ତିହୀନ ବୋଲି ଘୋଷଣା କରିପାରିବା ଭଳି ଆଇନକୁ ସଙ୍କୁଚିତ କରାଯାଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଅକ୍ଟୋବରରେ ହମାସ ଆକ୍ରମଣ ପରେ ଦେଶରେ ଯୁଦ୍ଧ ସ୍ଥିତି ଘୋଷଣା ହୋଇଥିଲା । ଯେଉଁଥିପାଇଁ ଏହି ବିବାଦ ଶିଥିଳ ହୋଇଯାଇଥିଲା । ହେଲେ ବର୍ତ୍ତମାନ ଦେଶ ଯୁଦ୍ଧ ମଧ୍ୟରେ ଗତି କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତି ପୁଣି ଦେଶରେ ଅସ୍ଥିରତା ବଢାଇପାରେ ବୋଲି ଆଶଙ୍କା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking