19.1 C
Bhubaneswar
Monday, November 25, 2024
Homeଖେଳଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ; ମାଲେସିଆ ଓପନ୍‌ରେ ପ୍ରଥମ ଭାରତୀୟ

ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ; ମାଲେସିଆ ଓପନ୍‌ରେ ପ୍ରଥମ ଭାରତୀୟ

କ୍ୱାଲାଲମ୍ପୁର: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଭାରତୀୟ ଶଟ୍‌ଲର୍ ଯୋଡ଼ି ଶନିବାର ମାଲେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପୁରୁଷ ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି । ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଖେଳାଳି କୌଣସି ବର୍ଗର ଟାଇଟଲ୍ ମୁକାବିଲାରେ ପହଞ୍ଚିବା ଏହା ପ୍ରଥମ ଘଟଣା । ୧୯୩୭ରୁ ଖେଳାଯାଉଥିବା ମାଲେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଟାଇଟଲ୍ ଜିତିପାରି ନାହାନ୍ତି ।

ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ନମ୍ବରରେ ଥିବା ଭାରତୀୟ ଯୋଡ଼ି ପୁରୁଷ ଡବଲ୍ସର ସେମିଫାଇନାଲ୍‌ରେ ଶନିବାର ୱାର୍ଲ୍ଡ ଚାମ୍ପିଅନ୍ କୋରିଆର କାଙ୍ଗ୍ ମିନ୍ ହ୍ୟୁକ୍ ଏବଂ ସିୟୋ ସେଉଙ୍ଗ୍ ଜେ’ଙ୍କ ଯୋଡ଼ିକୁ ସିଧା ଗେମ୍‌ରେ ହରାଇ ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଭାରତୀୟ ଯୋଡ଼ି ୨୧-୧୮, ୨୨-୨୦ରେ ୨୧ ମିନିଟ୍‌ର କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ନିଜ ନାମରେ କରିଛନ୍ତି । ଅନ୍ତର୍ଜାତୀୟ ସର୍କିଟ୍‌ରେ ଏହା ଭାରତୀୟ ଯୋଡ଼ି ଏବଂ କୋରିଆନ୍ ଯୋଡ଼ି ମଧ୍ୟରେ ପଞ୍ଚମ ମୁକାବିଲା ଥିଲା ।

ଏହା ମଧ୍ୟରୁ ଭାରତୀୟ ଯୋଡ଼ି ତିନିଥର ବିଜୟୀ ହୋଇଥିବା ବେଳେ କୋରିଆନ୍ ଯୋଡ଼ିକୁ ଦୁଇଥର ସଫଳତା ମିଳିଛି । ଚଳିତ ମାଲେସିଆ ଓପନ୍‌ର ଫଳାଫଳରୁ ଶଟ୍‌ଲର୍‌ଙ୍କୁ ପ୍ୟାରିସ୍ ଅଲିମ୍ପିକ୍ ପାଇଁ କ୍ୱାଲିଫାଇଙ୍ଗ୍ ର‌୍ୟାଙ୍କିଙ୍ଗ୍ ପଏଣ୍ଟ୍ ମିଳିବ । ବ୍ୟାଡ୍‌ମିଣ୍ଟନ୍ ପାଇଁ କ୍ୱାଲିଫିକେସନ୍ ୱିଣ୍ଡୋ ଗତବର୍ଷ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking