16.1 C
Bhubaneswar
Sunday, December 7, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ସମୟ ତ ଗୋଟିଏ କଥା ନିଶ୍ଚୟ ଶିଖାଇ ଦେଲା ଯେ, ଏଠି କାହା ପାଇଁ ହଜାର ଭଲ କାମ କରିଥିଲେ ବି ତୁମର ଗୋଟିଏ ଭୁଲ୍ ତା ପାଇଁ ସବୁ ଭଲ ଉପରେ ଚିର ଆବରଣ ସାଜି ଯାଇଥାଏ !!

“ଜଣେ ଅସଫଳ ବ୍ୟକ୍ତି ଦୁନିଆ ଡରରେ ନିଜ ନିଷ୍ପତ୍ତି ବଦଳାଇ ଦିଏ .କିନ୍ତୁ ଜଣେ ସଫଳ ବ୍ୟକ୍ତି ନିଜ ନିଷ୍ପତ୍ତି ରେ ସମଗ୍ର ଦୁନିଆକୁ ବଦଳାଇ ଦେଇଥାଏ !!”

“ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ . ଜଣେ କୋଟିପତି ସମୟ ଚକ୍ରରେ ଭିକାରୀ ହୋଇଯାଇପାରେ, ଆଉ ଜଣେ ଗରିବ କାଲି ବି କୋଟିପତି ହୋଇପାରେ . ସେଥିପାଇଁ ଟଙ୍କା ପଇସାର ଅହଙ୍କାରରେ କାହାକୁ ଛୋଟ ଭାବିବା ଅନୁଚିତ୍ !!”

“ପ୍ରତ୍ୟେକ ସମସ୍ୟା ଏକ ଉପହାର,ବିନା ସମସ୍ୟାରେ ଆଗକୁ ବଢିଲେ ନୂତନ ସ୍ବାଦ ପାଇପାରିବା ନାହିଁ .ଅଧିକାଂଶ ଲୋକ ଅସଫଳ ହୁଅନ୍ତି କାହିଁକିନା ସେମାନେ ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ !!”
ଘର ତିଆରି ଚାଲିଛି। କାମ କରୁଛନ୍ତି କୁଲି ରେଜା ମିସ୍ତ୍ରୀ ଓ ଇଞ୍ଜିନିୟର। ଚାରିଜଣ ଯାକ ପେଟ ପୋଷିବା ପାଇଁ କାମ କରୁଛନ୍ତି। କାମର ପ୍ରକାର ଭିନ୍ନ ଭିନ୍ନ ହେଲେ ମଧ୍ୟ କାମ ଦୃଷ୍ଟିରୁ ସବୁ କାମ। ଠିକ୍ ଯେମିତି ଚେହେରା ଭିନ୍ନ ଭିନ୍ନ ହେଲେ ମଧ୍ୟ ମନୁଷ୍ୟ ଦୃଷ୍ଟିରୁ ସମସ୍ତେ ସମାନ। ଖାଇବା ପିଇବା ଶୋଇବା କଷ୍ଟ ଭୋଗିବା ସୁଖ ଭୋଗିବା ଚାରିଜଣ ପାଇଁ ପୁରା ସମାନ। ଏବଂ ମୃତ୍ୟୁ ସୁନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ସମାନ। ଖାଇବା ବସ୍ତୁ ଭିନ୍ନ ହୋଇପାରେ କିନ୍ତୁ ଖାଦ୍ୟ ସମାନ। ଶୋଇବା ସ୍ଥାନ ଭିନ୍ନ କିନ୍ତୁ ଶୋଇବା ସମାନ ଇତ୍ୟାଦି। ଏହାକୁ ଯିଏ ବୁଝେ ଓ ଅନ୍ୟ ମାନଙ୍କୁ ସାନ ବା ବଡ଼ ରୂପରେ ଦେଖେ ନାହିଁ ସେ ହିଁ ତା ଜୀବନକୁ ଧନ୍ୟ କରିଛି ସେ କୁଲି ହେଉ କି ଇଞ୍ଜିନିୟର।
“କେହିଜଣେ ମାଠିଆକୁ ପତାରିଲା ତୁ ଏତେ ଥଣ୍ଡା କେମିତି ରହିପାରୁ?ମାଠିଆ ହସିଦେଇ ଖୁବ୍ ସୁନ୍ଦର ଉତ୍ତର ଦେଇ କହିଲା,ଯାହାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ସବୁକିଛି ମାଟି ସେ କେଉଁଥିପାଇଁ ଗର୍ବ କିମ୍ୱା ଗରମ ଦେଖେଇବ।ଦିନେ ନା ଦିନେ ଏହି ମାଟିରେ ଗଢା ମାଠିଆକୁ ମାଟିରେ ହିଁ ମିଶିବାକୁ ହେ
-ପ୍ରତ୍ୟେକ କାମକୁ ସାଧନାର ମାଧ୍ୟମ ରୂପେ ବ୍ୟବହାର କରିହେବ l ସେଥିପାଇଁ ନିଜ ଭିତରେ ସ୍ଥିରତା ଶାନ୍ତି ଓ ଏକାଗ୍ରତା ଆଣି କାମ କରିବା ସମୟରେ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ l
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

ଅଦ୍ୟ ଜୁଲାଇ ମାସ ୨୫ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ ରାତ୍ରି ଘ୧୧/୩୬ ଗତେ ଦ୍ଵିତୀୟା
ନକ୍ଷତ୍ର- ପୂଷ୍ୟା ଦିବା ଘ୦୪/୫୪ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ବଜ୍ର
କରଣ – କଂସ୍ତୁଗ୍ନ
ସୌରମାସ- କର୍କଟ ୧୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୦୫
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ ୧୧/୩୫ ଗତେ ଉତ୍ତରେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୩୦ ଗତେ ଘ୧୧/୪୮ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୮ ମଧ୍ୟେ ଓ ଘ୦୭/୫୮ ଗତେ ଘ୦୮/୩୦ ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୧୦ ଗତେ ଘ୧୧/୫୫ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
═✧*══•❁❀❁•════
ଆଜିର ରାଶିଫଳ ✧═════•❁❀❁•═════
ମେଷ
ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
✧═════•❁❀❁•═════
ବୃଷ
ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
✧═════•❁❀❁•═════
ମିଥୁନ
ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
✧═════•❁❀❁•═════
କର୍କଟ
ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
✧═════•❁❀❁•═════
ସିଂହ
ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
✧═════•❁❀❁•═════
କନ୍ୟା
ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
✧═════•❁❀❁•═════
ତୁଳା
ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
✧═════•❁❀❁•═════
ବିଛା
ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।
✧═════•❁❀❁•═════
ଧନୁ
ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
✧═════•❁❀❁•═════
ମକର
ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।

✧═════•❁❀❁•═════
କୁମ୍ଭ
ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।
✧═════•❁❀❁•═════
ମୀନ
*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking