28.1 C
Bhubaneswar
Sunday, November 17, 2024
Homeଅପରାଧଅଢ଼େଇବର୍ଷ ଶିଶୁକନ୍ୟା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଅଢ଼େଇବର୍ଷ ଶିଶୁକନ୍ୟା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା:  ଜନୈକ ଅଢ଼େଇବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ସଂକ୍ରାନ୍ତୀୟ ୨୦୧୪ର ଏକ ମାମଲାକୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ପୋକ୍ସୋ ଆଇନ ସ୍ୱତନ୍ତ୍ର ଅଦାଲତର ପ୍ରିଜାଇଡିଂ ଅଫିସର ସୁମିତା ଜେନା ବିଚାରକରି ଆଜି ଅଭିଯୁକ୍ତ କାମଦା ଥାନା ଖଇରପାଳ ଗ୍ରାମର ଦରଘା ବାହା(୬୦)କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡାଦେଶ ଅନୁଯାୟୀ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ଶିଶୁ ଯୌନଶୋଷଣ ନିବାରଣ ଆଇନର ୬ ଧାରାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକୁ ୬ମାସ କାରାଦଣ୍ଡ ଏବଂ ଭାରତୀୟ ପିଙ୍ଗଳକୋର୍ଡର ୩୬୩ ଦଫାରେ ତିନିବର୍ଷ ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକୁ ୨ମାସ କାରାଦଣ୍ଡାଦେଶ ଦିଆଯାଇଥିବା ପ୍ରକାଶ । ସମସ୍ତ ଦଣ୍ଡ ଏକକାଳୀନ ଭୋଗିବାକୁ ନିର୍ଦ୍ଦେଶ ଥିବାରୁ ମୋଟ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୧ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକୁ ୬ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ବିଚାରାଧନ କଏଦୀ ଭାବେ କାରାଗାରରେ ରହିଥିବା ଅବଧୂକୁ ହ୍ରାସ କରାଯିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଓକିଲ ଅଭିନ୍ନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking