13.1 C
Bhubaneswar
Sunday, December 7, 2025
Homeଓଡିଶାଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା: ୩ ଅଭିଯୁକ୍ତ ଗିରଫ

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା: ୩ ଅଭିଯୁକ୍ତ ଗିରଫ

କେଉଁଝର: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଦେଓଗାଁ ପୋଲିସ । ଦେଓଗାଁ ଥାନା ବନ୍ଧପଡା ଓ ଡଙ୍ଗରପଡା ଗାଁର ୩ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିଛନ୍ତି ନିଶାସକ୍ତ ଯୁବକ ।ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିଛନ୍ତି ନିଶାସକ୍ତ ଯୁବକ। ସାଙ୍ଗ ହୋଇ ନିଶା ସେବନ କରିବା ପରେ ବିୟର ବୋତଲରେ ମୁଣ୍ଡ ଫଟାଇ କରିଛନ୍ତି ହତ୍ୟା। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ। ତେବେ ଏନେଇ ପୁଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking