25.1 C
Bhubaneswar
Monday, October 21, 2024
Homeଓଡିଶାଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ଦରମା ପାଇଁ ମାମଲା

ଅଙ୍ଗନବାଡ଼ି କର୍ମୀଙ୍କ ବର୍ଦ୍ଧିତ ଦରମା ପାଇଁ ମାମଲା

କଟକ: ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅନ୍ୟ ରାଜ୍ୟ ଭଳି ବର୍ଦ୍ଧିତ ଦରମା, ଚାକିରି ଭତ୍ତା, ଅବସରକାଳୀନ ସୁବିଧା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ । ଏନେଇ କେତେକ ଅଙ୍ଗନବାଡ଼ି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ସବିତା ଦାସ, ମେନକା ଦାସ, ସୁଷମା ନାୟକ, ପ୍ରତିମା ବେହେରା, ସୁକାନ୍ତି କୋଥାଳଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଅଙ୍ଗନବାଡ଼ି କର୍ମୀମାନେ ପ୍ରାଥମିକ ସ୍ତରରେ ରହି ସ୍ଥାନୀୟ ପ୍ରଶାସନ ପାଇଁ ସରକାରୀ ଯୋଜନାଗୁଡ଼ିକର ରୂପାୟନ ପାଇଁ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ପ୍ରାଥମିକ କାର୍ଯ୍ୟ ୬ ବର୍ଷରୁ କମ୍‌ବୟସର ପିଲାଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନ, ସ୍ୱାସ୍ଥ୍ୟ ପରୀକ୍ଷା, ଟୀକାକରଣ, ଖାଦ୍ୟ ପୋଷଣ ସହ ଲୋକମାନଙ୍କୁ ପରିବାର ନିୟୋଜନ ଓ ସୁସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି ।

ମାତ୍ର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନାହିଁ । ଜଣେ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀଙ୍କ ମାସିକ ଦରମା ୭,୫୦୦ ଟଙ୍କା ଓ ଉପକେନ୍ଦ୍ର ପାଇଁ ୪,୫୦୦ ଟଙ୍କା ଦିଆଯାଉଛି ।ତେଲେଙ୍ଗାନା, ଦିଲ୍ଲୀ, କର୍ନାଟକ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ ଭଳି ଓଡ଼ିଶାରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବର୍ଦ୍ଧିତ ଦରମା ସହ ଅବସରକାଳିନ ଓ ଚାକିରୀର ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ ବୋଲି ହାଇକୋର୍ଟଙ୍କୁ ନିବେଦନ କରାଯାଇଛି । ଏହି ମାମଲାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking