24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶମୋଦୀ ସରକାର ସମ୍ପର୍କରେ ଭୁଲ୍ ମନ୍ତବ୍ୟ ଦେଇ ଫସିଲେ ଜୁକରବର୍ଗ

ମୋଦୀ ସରକାର ସମ୍ପର୍କରେ ଭୁଲ୍ ମନ୍ତବ୍ୟ ଦେଇ ଫସିଲେ ଜୁକରବର୍ଗ

ନୂଆଦିଲ୍ଲୀ: ମେଟା’ ମୁଖ୍ୟ ମାର୍କ ଜୁକରବର୍ଗ ଜାଣତରେ ହେଉ କିମ୍ବା ଅଜାଣତରେ ଏକ ବଡ଼ ବିବାଦରେ ଫସିଯାଇଛନ୍ତି। ଭାରତୀୟ ସଂସଦୀୟ କମିଟି ପକ୍ଷରୁ ଏବେ ତାଙ୍କୁ ସମନ୍ କରାଯିବ ଏବଂ ତାଙ୍କ କମ୍ପାନୀ ମେଟା ପକ୍ଷରୁ ଅଧିକାରୀସ୍ତରୀୟ ସ୍ପଷ୍ଟୀକରଣ ଲୋଡାଯିବ ବୋଲି ସୂଚନା ମିଳିଛି। ଜୁକରବର୍ଗଙ୍କୁ ସମନ୍ କରାଯିବା ପ୍ରସଙ୍ଗରେ ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଦୁବେ କହିଛନ୍ତି, ୨୦ରୁ ୨୪ ଜାନୁଆରୀ ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ମେଟାର ଅଧିକାରୀଙ୍କୁ ହାଜର ହେବାକୁ ପଡ଼ିବ। ଜୁକରବର୍ଗଙ୍କ ବୟାନକୁ ସେ ଭାରତ ବିରୋଧୀ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପୋଷ୍ଟକୁ ରିପୋଷ୍ଟ କରିବା ସହ ନିଶିକାନ୍ତ ଦୁବେ ଲେଖିଛନ୍ତି, ସଂସଦୀୟ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ।

ଏହି ଭୁଲ ପାଇଁ ଉକ୍ତ ସଂସ୍ଥାକୁ ଭାରତୀୟ ସଂସଦ ତଥା ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ଜୋ ରୋଗାନ ଏକ୍ସପେରିଏନ୍ସ ପକ୍ଷରୁ କରାଯାଇଥିବା ଏକ ପଡକାଷ୍ଟରେ ସାକ୍ଷାତକାର ଦେବା ଅବସରେ ୨୦୨୪ରେ ବିଶ୍ୱସ୍ତରରେ ହୋଇଥିବା ସାଧାରଣ ନିର୍ବାଚନ ଏବଂ ଏହାର ଫଳାଫଳ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇଥିଲେ ଜୁକରବର୍ଗ। ଏହି ସମୟରେ ସେ ଭାରତରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଭୁଲ୍ କଥା କହିବା ସହ କୋଭିଡ୍ ପରିଚାଳନାରେ ଭାରତ ସରକାର ବିଫଳ ହୋଇଥିବା ନେଇ ମଧ୍ୟ ଟିପ୍ପଣୀ କରିଥିଲେ। କୋଭିଡ୍ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାରଙ୍କୁ ୨୦୨୪ ନିର୍ବାଚନରେ ହାରିବାକୁ ପଡିଛି ବୋଲି ଜୁକରବର୍ଗ କହିଥିଲେ। ତେବେ ଦିନକ ପୂର୍ବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ଆକାଉଣ୍ଟରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ଦୃଢ଼ଭାବେ ନିନ୍ଦା କରିଥିଲେ। ବୈଷ୍ଣବ ଲେଖିଥିଲେ ଜୁକରବର୍ଗ ଭୁଲ୍ ତଥ୍ୟ ଉପରେ ନିଜ ମତବ୍ୟକ୍ତ କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭିତ୍ତିହୀନ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅନୁଷ୍ଠିତ ହୋଇଥିବା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାୟ ୬୪୦ ନିୟୁତରୁ ଅଧିକ ଭୋଟର ମତବ୍ୟକ୍ତ କରିଥିଲେ। ‘କୋଭିଡ୍‌-୧୯ ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ, ୨.୨ ବିଲିଅନ୍ ଟିକା ଏବଂ ବିଶ୍ୱର ବିଭିନ୍ନ ଦେଶକୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନେତୃତ୍ୱ ଦେବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକାଳ ସଫଳ ପ୍ରମାଣିତ ହୋଇଛି। କୋଭିଡ୍ ପରିଚାଳନା ସାଙ୍ଗକୁ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ସଫଳ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିଶ୍ୱାସ ଏବଂ ଆସ୍ଥା ପ୍ରକଟ ରୂପେ ଦେଶବାସୀ ଏନ୍‌ଡିଏ ସରକାରକୁ କ୍ରମାଗତ ୩ୟ ଥର ପାଇଁ କ୍ଷମତାସୀନ କରାଇଛନ୍ତି। ନିର୍ଣ୍ଣାୟକ ବିଜୟ ସୁଶାସନ ଏବଂ ଜନସାଧାରଣଙ୍କ ବିଶ୍ୱାସର ପ୍ରମାଣ ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking