31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଡରଉଛି ଜୀକା ଭାଇରସ

ଡରଉଛି ଜୀକା ଭାଇରସ

ନୂଆଦିଲ୍ଲୀ : ପୁଣି ଡରଉଛି ଜୀକା ଭାଇରସ । ମହାରାଷ୍ଟ୍ର ପୁଣେରେ ଏହା ବ୍ୟାପିବାରେ ଲାଗିଛି । ଏହି ଭାଇରସ ଦ୍ୱାରା ପୀଡିତ ୬ ରୋଗୀ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ ଦୁଇ ଗର୍ଭବତୀ ମହିଳା ସାମିଲ ଅଛନ୍ତି । ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ଏରଣ୍ଡୱାର ନିବାସୀ ଅଟନ୍ତି । ସେହିଭଳି ଅନ୍ୟ ଜଣେ ମହିଳା ୧୨ ସପ୍ତାହର ଗର୍ଭବତୀ ଅଟନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜୀକା ଭାଇରସ ସଂକ୍ରମଣ ମିଳିଛି । ହେଲେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି । ହେଲଥ ଏକ୍ସପର୍ଟଙ୍କ ଅନୁଯାୟୀ, ଗର୍ଭବତୀ ମହିଳାଙ୍କ ପାଇଁ ଏହି ଭାଇରସ ସଂପର୍କରେ ଆସିବା ବିପଦପୂର୍ଣ୍ଣ ଅଟେ । ଏଥିରେ ଭ୍ରୃଣରେ ମାଇକ୍ରୋସଏଫେଲୀ ହୋଇପାରେ । ଏହି ପରିସ୍ଥିତିରେ ପେଟରେ ବଢୁଥିବା ଶିଶୁର ମସ୍ତିସ୍କର ଅସାମାନ୍ୟ ବିକାଶ କାରଣରୁ ମୁଣ୍ଡ ଛୋଟ ହୋଇଯାଇଥାଏ । ୱାଲର୍ଡ ହେଲଥ ଅର୍ଗାନାଇଜେସନ ମୁତାବକ ଏହି ଭାଇରସ ଏଡିଜୀ ମଶା କାମୁଡିବାରୁ ପ୍ରସାରିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking