22.1 C
Bhubaneswar
Saturday, January 17, 2026
Homeଓଡିଶା୩ ଶିଶୁଙ୍କୁ ଧରି ବଞ୍ଚିବା ରାହା ଖୋଜୁଛନ୍ତି ଜୁଆଙ୍ଗ ବିଧବା

୩ ଶିଶୁଙ୍କୁ ଧରି ବଞ୍ଚିବା ରାହା ଖୋଜୁଛନ୍ତି ଜୁଆଙ୍ଗ ବିଧବା

ଯାଜପୁର : ଜୁଆଙ୍ଗଲୋକମାନଙ୍କର ଭାଗ୍ୟ କେବେ ଉଦୟ ହେବ ତାହା ପ୍ରଶ୍ନ ବାଛି l ସେମାନଙ୍କ ନାମ ରେ ଜମି ପଟା ନ ଥିବାରୁ ସମସ୍ତ ସରକାରୀ ଯୋଜନା ସାତ ସ୍ବପ୍ନ l ସେମାନେ ପିଡି ପରେ ପୀଡି ଜଙ୍ଗଲ ଜମି ରେ ଝାଟି ମାଟି ଘରେ ରହି ଆସୁଛନ୍ତି l ସରକାର ଙ୍କ ପକ୍ଷ ରୁ ବସୁଣ୍ଡରବାସ କରୁ ଥିବା ଜମି ର ପଟା ବସୁନ୍ଦରl ଯୋଜନା ରେ କାରା ଯାଉ ନାହିଁ l ଆର ଆଇ ତହସିଲଦାର ବିଡ଼ିଓ ଓ ସରପଞ୍ଚ କଣ କହୁଛନ୍ତି ତାଂକୁ ଜଣା ଭୂମି ହିନ ଙ୍କ ପାଇଁ ସର୍ଭେ କାରା ଯାଇଚି l କିନ୍ତୁ ଫଳ ସ୍ପଦୁ ହେଉ ନାହିଁ ସରକାରି ମଙ୍ଗଲ କରୀ ଯୋଜନା କେବଲ କାଗଜ କଲମରେ ସିମୀତ ରହୁଛି l ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଏକ ବିଧବା ମହିଳା ଙ୍କ କ୍ଷେତ୍ର ରେ ମଦଭାଟିରେ ସାମୟିକ ଉତ୍ତେଜନାରୁ ସାନଭାଇର ତୀରମାଡ଼ରେ ବଡ଼ଭାଇର ମୃତ୍ୟୁକୁ ବର୍ଷେ ପୂରିଲାଣି। ହେଲେ ବିନା ଦୋଷରେ ଜଣେ ଜୁଆଙ୍ଗ ବିଧବା ଏହି ବର୍ଷସାରା ୩ ଶିଶୁପୁତ୍ରଙ୍କୁ ଧରି କେତେ ଦୁଃଖକଷ୍ଟରେ ଚଳୁଛି, ତାହା ବର୍ଣୀୟ ନୁହେଁ l ଗତବର୍ଷ ଜୁଲାଇ ୨୯ ତାରିଖରେ କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଶୋକଝର ଜୁଆଙ୍ଗ ବସ୍ତିର ସ୍ବର୍ଗତ ରଇଆ ପ୍ରଧାନଙ୍କ ୨ ପୁଅ ମୃତକ ଗୁଲା ଓରଫ୍‌ ଗୁଲୁ(୩୨) ଓ ଅଭିଯୁକ୍ତ ଦୁର୍ଲ୍ଲଭ(୨୭) ମଧ୍ୟରେ ସାମାନ୍ୟ ବଚସାକୁ ନେଇ ତାଙ୍କ ପରିବାରରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା। ନିଜ ଘର ମାଟିପିଣ୍ଡାରେ ସାନର ତୀରମାଡ଼ରେ ଗୁଲାର ମୃତ୍ୟୁ ହୋଇଥିଲା। ସେଦିନରୁ ଅଭିଯୁକ୍ତ ଦୁର୍ଲ୍ଲଭ ଜେଲ୍‌ରେ ରହିଥିଲେ ହେଁ ବାସ୍ତବ ଜୀବନରେ ମୃତକ ଗୁଲାଙ୍କ ପତ୍ନୀ ଚାଙ୍ଖିରି ଦୈନିକ ଦଣ୍ଡ ଭୋଗୁଥିବା ଅଭିଯୋଗ କରନ୍ତି। ପରିବାର ମୁଖ୍ୟଙ୍କ ମୃତ୍ୟୁରେ ପୂରା ପରିବାର ବେସାହାରା ହୋଇପଡ଼ିଛନ୍ତି। ଦୁର୍ଭାଗ୍ୟଜନକ ଭାବେ ଏହି ପରିବାର ଖାଦ୍ୟ ସୁରକ୍ଷା ‌ଯୋଜନାରୁ ବାଦ୍‌ ପଡ଼ିଥିବା ଅଭିଯୋଗ ହୁଏ। ଶାଶୂ ସୁଲେଇ ପ୍ରଧାନଙ୍କୁ ମିଳୁଥିବା ରାସନ ଚାଉଳରେ ଏହି ଅଭାବଗ୍ରସ୍ତ ୪ ଜଣିଆ ପରିବାର ପ୍ରତି କିଛି ନୁହେଁ। ହେଲେ ଏହି ଚାଉଳ ଗଣ୍ଡାକ ୨ ସପ୍ତାହ ବି ଯାଏନି ବୋଲି ଶାଶୂବୋହୂ ଦୁହେଁ ଅଭିଯୋଗ କରନ୍ତି। ପାରିବାରିକ ଜଞ୍ଜାଳ ବୋଝ ସହ ୩ ଶିଶୁପୁତ୍ର ସଞ୍ଜୁ(୬), ରଞ୍ଜୁ(୪) ଓ କୋଳ ଛାଡ଼ିନଥିବା ଦେଢ଼ବର୍ଷର ରମେଶର ଭବିଷ୍ୟତ ଜୀବନକୁ ନେଇ ସେ କିଛି ବୁଦ୍ଧିବାଟ ପାଉନଥିବା ନେଇ ବିଧବା ଚାଙ୍ଖିରି କୋହଭରା ମନ୍ତବ୍ୟ ରଖିଛନ୍ତି। ଏହି ଜୁଆଙ୍ଗ ଜନଜାତି ପରିବାର ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ ନେଇ ଯୁଝୁଥିବା ଦେଖାଯାଏ। ୩ ଶିଶୁଙ୍କ ପାଇଁ ସୁଷମ ଶିଶୁଖାଦ୍ୟ ସାତସପନ ହୋଇଛି। ୩ଟି ଶିଶୁର ମାଆ ହୋଇଥିଲେ ହେଁ ସେ ‘ମମତା’ କିମ୍ବା ଜନନୀ ସୁରକ୍ଷା ଯୋଜନାରେ ସହାୟତା ପାଇନଥିବା ଚାଙ୍ଖିରି ଅଭିଯୋଗ କରନ୍ତି। ତାଙ୍କ ପାଖେ ମିସନ ଶକ୍ତି ବି ଅପହଞ୍ଚ। ବନ୍ଧୁବାନ୍ଧବ ଓ ସହୃଦୟ ବ୍ୟକ୍ତିଙ୍କ ଦାନରେ ମିଳୁଥିବା ପୁରୁଣା ଲୁଗାପଟାରେ ସେମାନଙ୍କ ଆବଶ୍ୟକତା ମେଣ୍ଟିଥାଏ। ଦରଗଢ଼ା ଝାଟିମାଟି ଓ ଛଣଛପର ଘରେ ସେମାନେ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷାଦିନେ ଘର ପରିବେଶ ସନ୍ତସନ୍ତିଆ ଓ ପଚରପଚର। ଏଠା‌ରେ ସାମାଜିକ ନିରାପତ୍ତାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଜବ୍‌କାର୍ଡ ନଥିବାରୁ ମନରେଗା ଯୋଜନାରୁ ଶାଶୂବୋହୂ ଟଙ୍କାଟିଏ ରୋଜଗାର କରିନଥିବା କୁହାଯାଇଛି। ଏହି ଭୂମିହୀନ ପରିବାର ବସୁନ୍ଧରା ଯୋଜନା କିମ୍ବା ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬)ରୁ ବଞ୍ଚିତ ଅଭିଯୋଗ ହୁଏ। ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ସଂପୃକ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବl ପାଇଁ ତଦନ୍ତ ଜାରି ରହିଛି l କେବେ ଜମି ପଟା ଓ ସରକରି ଯୋଜନା ସୁ ଫଳ ପାଇବେ ସମୟ କହିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking