ଭୁବନେଶ୍ୱର: ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରେସମିଟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି, ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ପରାମର୍ଶ ମାନନ୍ତୁ । ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ । କେହି ଭୟଭୀତ ହୁଅନ୍ତୁ ନାହିଁ । ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ ମୁହାଁ ହେବ । ଛତିଶଗଡରେ ବର୍ଷା ହେଲେ ମହାନଦୀରେ ପାଣି ବଢିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି ।










