27.5 C
Bhubaneswar
Saturday, April 11, 2026
Homeଓଡିଶାଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ନେଇ ସରକାରଙ୍କ ସମୀକ୍ଷା ବୈଠକ ସାରିଛି । ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ଏସଆରସି ଓ ସବୁ ବିଭାଗ ଅଧିକାରୀ ସାମିଲ ହୋଇଥିଲେ । ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ସଚିବ, ଶକ୍ତି ସଚିବ, ପୁଲିସ ଡିଜି, ଅଗ୍ନିଶମ ଡିଜି ବୈଠକରେ ସାମିଲ ହୋଇଥିଲେ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇ ସାରିଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି । ୩୦ ହଜାର ୫୯୬ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନିଆଯାଇଛି । ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି । ଦକ୍ଷିଣ ଓଡିଶା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି । ଅନ୍ୟପଟେ, ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ଅଛି । ଗୋପାଳପୁର ଠାରୁ ୫୩୦ କିମି ଦୂରରେ ‘ମୋନ୍ଥା’। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking