38.1 C
Bhubaneswar
Friday, May 9, 2025
Homeଦେଶ ବିଦେଶମୁସଲିମ୍ ମୌଳବାଦୀ ସଂଗଠନଗୁଡ଼ିକ ପ୍ରୋତ୍ସାହନ ଦେଉଛନ୍ତି ୟୁନୁସ୍ ସରକାର

ମୁସଲିମ୍ ମୌଳବାଦୀ ସଂଗଠନଗୁଡ଼ିକ ପ୍ରୋତ୍ସାହନ ଦେଉଛନ୍ତି ୟୁନୁସ୍ ସରକାର

ଢ଼ାକା: ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏବେ ମୁସଲିମ୍ ମୌଳବାଦୀ ସଂଗଠନଙ୍କ ସହ ହାତ ମିଳାଇଥିବା ଭଳି ପ୍ରତୀତ ହେଉଛି। ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ୟୁନୁସ ସରକାର ବାଂଲାଦେଶରେ ଏବେ ଯେଉଁ ସଂଗଠନଗୁଡ଼ିକୁ ସେମାନଙ୍କ ଗତିବିଧି ବଢ଼ାଇବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି, ସେସବୁ ମଧ୍ୟରୁ ଅଧିକାଂଶ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଏବଂ ବିଶ୍ୱ ଆତଙ୍କବାଦୀ ନେଟୱାର୍କ ଆଇଏସ୍‌ଆଇଏସ୍ ସହିତ ନିବିଡ଼ ଭାବେ ସମ୍ପୃକ୍ତ। ଗତ ବର୍ଷ ଅଗଷ୍ଟରେ ଏକ ହିଂସାତ୍ମକ ବିଦ୍ରୋହ ପରେ ଶେଖ୍ ହସିନାଙ୍କ ସରକାରର ପତନ ହୋଇଥିଲା। ହସିନା ଦେଶ ଛାଡି ପଳାୟନ କରିଥିଲେ।

ଏହାପରେ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ଗଠନ ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ୟୁନୁସ ସରକାର ମୌଳବାଦୀ ଇସ୍‌ଲାମିକ ଗୋଷ୍ଠୀଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଉଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ପାକିସ୍ତାନର ଅନେକ ଆତଙ୍କବାଦୀ ସଂଗଠନ ସହ ଆଇଏସ୍‌ଆଇଏସ୍ ଭଳି ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ମଧ୍ୟ ଏବେ ବାଂଲାଦେଶରେ ନିଜ କାୟାବିସ୍ତାର କରିବାରେ ଲାଗିଛନ୍ତି। ତେବେ ଏପରି ହେବାଦ୍ୱାରା ଏହା ଯେ କେବଳ ବାଂଲାଦେଶ ପାଇଁ ବିପଦକୁ ଆହ୍ୱାନ କରୁଛି ତାହା ନୁହେଁ ବରଂ ସମଗ୍ର ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି ବୋଲି ମତପ୍ରକାଶ ପାଇଛି। ୨୦୧୪ରେ ଆଇଏସ୍‌ଆଇଏସ୍‌-ବାଂଲାଦେଶର ଆବିର୍ଭାବ ହୋଇଥିଲା। ସେତେବେଳେ ସଂଗଠନଟି ସରକାରଙ୍କ ବିରୁଦ୍ଧରେ ସ୍ଥାନୀୟ ମୌଳବାଦୀ ଗୋଷ୍ଠୀଗୁଡ଼ିକର ଅସନ୍ତୋଷର ସୁଯୋଗ ନେଇ ବାଂଲାଦେଶରେ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଇଥିଲା।

ଯଦିଓ ତତ୍କାଳୀନ ଶେଖ୍ ହସିନାଙ୍କ ସରକାର ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ବାଂଲାଦେଶ ସେନା ଅନେକ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିବା ପୂର୍ବକ ପରିସ୍ଥିତିକୁ ସମ୍ଭାଳିନେଇଥିଲା, କିନ୍ତୁ ଏବେ ମହମ୍ମଦ ୟୁନୁସ୍ ଏମାନଙ୍କୁ ମୁକ୍ତ ହସ୍ତ କରିଦେଇଛନ୍ତି। ମହମ୍ମଦ ୟୁନୁସ୍ ଦେଶରେ ଇସଲାମିକ୍ ମୌଳବାଦୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ଫଳରେ ବାଂଲାଦେଶରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଶକ୍ତିଶାଳୀ ହେଉଛି। ଆଇଏସ୍‌ଆଇଏସ୍ ବାଂଲାଦେଶ ଜିହାଦକୁ ଏକ ଧାର୍ମିକ କର୍ତ୍ତବ୍ୟ ଭାବରେ ଦେଖେ। ଏହାର ଲକ୍ଷ୍ୟ ହେଉଛି ସିଆ ମୁସଲମାନ ଏବଂ ହିନ୍ଦୁ ସମେତ ଅନ୍ୟ ଧର୍ମର ଅନୁଗାମୀମାନଙ୍କୁ ନିପାତ କରିବା। ଏହି ଗୋଷ୍ଠୀ ଘୋର ପାଶ୍ଚାତ୍ୟ ବିରୋଧୀ ଏବଂ ଭାରତ ବିରୋଧୀ। ଏହା ବିଶ୍ୱାସ କରେ ଯେ, ପାଶ୍ଚାତ୍ୟ ଏବଂ ଭାରତ ଇସଲାମ୍‌ର ଶତ୍ରୁ। ଏହି ଗୋଷ୍ଠୀ ବାଂଲାଦେଶ ସରକାରଙ୍କ ପାଶ୍ଚାତ୍ୟ ଏବଂ ଭାରତ ସହିତ ସମ୍ପର୍କକୁ ମଧ୍ୟ ବିରୋଧ କରେ। ଆଇଏସ୍‌ଆଇଏସ୍ ବାଂଲାଦେଶ ମୁଖ୍ୟତଃ ବାଂଲାଦେଶରେ କାର୍ଯ୍ୟ କରେ ଏବଂ ଏହା କଠୋର ଶରିଆ ଆଇନ ଦ୍ୱାରା ପରିଚାଳିତ ଏକ ଇସଲାମିକ୍ ରାଷ୍ଟ୍ର ପ୍ରତିଷ୍ଠାକୁ ସମର୍ଥନ କରେ। ୨୦୧୪ରୁ ୨୦୧୯ ମଧ୍ୟରେ ଏହି ଆତଙ୍କବାଦୀ ଗୋଷ୍ଠୀ ବାଂଲାଦେଶରେ ଏକାଧିକ ଆତଙ୍କବାଦୀ କାଣ୍ଡ ଭିଆଇସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking