ନୂଆଦିଲ୍ଲୀ: ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସେ ଦିଲ୍ଲୀରେ ଜ୍ୟାକେଟ ଟେଲର ଭାବେ ରୋଜଗାର କରି ଟଙ୍କା ଅର୍ଜନ କରୁଥିଲେ । ୬୫ ହଜାର ଟଙ୍କା ରୋଜଗାର କରି ଦୁଇ ଦିନ ତଳେ ସେ ନିଜ ଘରକୁ ଫେରିଥିଲେ । ସାଙ୍ଗସାଥୀ ମେଳରେ ରହି ୬୦ ହଜାର ଟଙ୍କାର ଜୁଆ ଖେଘଲ ନିଶା ସେବନ କରି ଘରକୁ ଆସିଥିଲେ । ପରେ ପରିବାର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ପରିବାର ଲୋକ ଜାଣିବା ପରେ ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ସୁଧାର ରହିଛି ।









