ବରଗଡ: ହୋଟେଲ ଭିତରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବରଗଡ ସହରର ଏକ ଏକ ହୋଟେଲରେ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଏପଯ୍ୟନ୍ତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ଉକ୍ତ ହୋଟେଲରେ କାମ କରୁଥିଲେ । ମୃତ ଯୁବକ ଜଣଙ୍କ ବଲାଙ୍ଗୀର ପୁଇଁତଳା ଅଞ୍ଚଳର ବୋଲି ସୂଚନା ମିଳିଛି ।