ଗଞ୍ଜାମ: ପୂର୍ବ ଶତ୍ରୁତାତୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା । ବଡବଜାର ଥାନା ଜଗବନ୍ଧୁ ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିି । ସ୍ଥାନୀୟ ଲୋକଙ୍କ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତର ବାପା ଭାଇକୁ ଅଟକ ରଖିଛି । ପୋଲିସ । ହେଲେ ମୁଖ୍ୟ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ମୃତଦେହକୁ ଜବତ କରି ଘଟଣାର ଛାନଭିନ କରୁଛି ପୋଲିସ । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










