27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଯୁବକଙ୍କୁ ଛୁରି ଭୁସି ହତ୍ୟା

ଯୁବକଙ୍କୁ ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ବିନୋଦ ନଗରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ପାର୍କରେ ନିର୍ମିତ ଗଣେଶ ପେଣ୍ଡାଲ ପଛରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ଯୁବକଙ୍କ ବୟସ ୨୨ ରୁ ୨୪ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ସୂଚନା ଅନୁସାରେ, ମାଣ୍ଡାଭାଲି ଥାନା ଅଞ୍ଚଳର ପଶ୍ଚିମ ବିନୋଦ ନଗରର ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାର୍କରେ ନିର୍ମିତ ଗଣେଶ ପେଣ୍ଡାଲ ପଛରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଘଟଣାଟି ବୁଧୁବାର ରାତି ପ୍ରାୟ ୮ଟା ସମୟରେ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ପହଞ୍ଚିତଦନ୍ତ ଆରମ୍ଭ କରିଥିଲା। ହତ୍ୟା କରାଯାଇଥିବା ଯୁବକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ପୋଲିସ ସିସିଟିଭି ଫୁଟେଜକୁ ସ୍କାନ କରିବା ସହ ଫରେନସିକ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ପ୍ରମାଣ ସଂଗ୍ରହ କରିଥିଲେ

ଗଣେଶ ପେଣ୍ଡାଲ ପଛରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ, ଧାର୍ମିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପୋଲିସ ପ୍ରତ୍ୟେକ ଦୃଷ୍ଟିକୋଣରୁ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ଧାର୍ମିକ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ହତ୍ୟା କରି ହତ୍ୟାକାରୀ କ’ଣ ପ୍ରମାଣ କରିବାକୁ ଚାହୁଁଥିଲା? ଏହା ଏକ ବଡ଼ ପ୍ରଶ୍ନ। ଏହି ହତ୍ୟାକାଣ୍ଡ ପୂର୍ବରୁ ଦକ୍ଷିଣ ଦିଲ୍ଲୀରେ ତ୍ରିପଲ୍ ହତ୍ୟାକାଣ୍ଡ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏକ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ମୈଦାନଗଡ଼ୀ ଅଞ୍ଚଳରେ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ପୁଅ ତାଙ୍କ ବାପା, ମାଆ ଏବଂ ଭାଇଙ୍କୁ ଛୁରୀରେ ହତ୍ୟା କରି ପଳାଇ ଯାଇଥିଲା। ଭୂତଳ ମହଲାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇଟି ପୁରୁଷଙ୍କ ମୃତଦେହ ଏବଂ ପ୍ରଥମ ମହଲାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking