ନୂଆଦିଲ୍ଲୀ: ଦିଲ୍ଲୀରେ ୨୦ ବର୍ଷୀୟ ଯୁବକଙ୍କୁ ଛୁରାମାଡ । ଶୁକ୍ରବାର ରାତିରେ ଗୀତା କଲୋନୀରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏନେଇ ପୋଲିସ ସ୍ଥାନୀୟ ଅଞ୍ଚଳକୁ କଡା ସୁରକ୍ଷାରେ ରଖିଛି । ଶୁକ୍ରବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ସ୍କୁଟରରେ ଘରକୁ ଫେରୁଥିଲେ । ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ସ୍କୁଟରକୁ ଧକ୍କା ଦେଇ କଳହ ସୃଷ୍ଟି କରିଥିଲା । ତାପରେ ଯୁବକକୁ ସେଠାରେ ଛୁରୀ ଭୁସିଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ତିନି ଅଭିଯୁକ୍ତକୁ ଧରି ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ପଚରାଉଚରା କରୁଛି ।









