ମୟୁରଭଞ୍ଜ :କାଳ ସାଜିଲା ଅନଲାଇନ ଟ୍ରେଡିଂ । ଏଥିରେ ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଯୁବକ । ବାରିପଦା ସହର ୱାଲିଗଞ୍ଜ ଅଞ୍ଚଳର ରୋହିତ ପଟ୍ଟନାୟକ ଅନଲାଇନ ଟ୍ରେଡିଂ କରି ସର୍ବସ୍ବାନ୍ତ ହୋଇଛନ୍ତି । ହରାଇଛନ୍ତି ୨୧ ଲକ୍ଷ ୮୧ ହଜାର ଟଙ୍କା । ଗତବର୍ଷ ଡିସେମ୍ବର ୫ ତାରିଖରେ ରୋହିତଙ୍କ ହ୍ବାଟସଆପ୍ ନମ୍ବରକୁ ଅମିତ ବିଜୟ ଭାରର୍ଗ୍ୟ ନାମରେ ଥିବା ହ୍ବାଟସଆପ୍ ନମ୍ବରରୁ ଏକ ମେସେଜ ଆସିଥିଲା । ଏଥିରେ ଫଚ୍ୟୁନ୍ ଫୋରେକ୍ସ ନାମରେ ଟ୍ରେଡିଂ କରିବାକୁ ସେ ରୋହିତଙ୍କୁ ଅର୍ଥଲୋଭ ଦେଖାଇଥିଲେ। ଉକ୍ତ କମ୍ପାନୀରେ ଅର୍ଥ ନିବେଶ କରିବା ପାଇଁ ଉସକାଇଥିଲେ । ଫଳରେ ରୋହିତ୍ ଅଧିକ ଲାଭ ପାଇବା ଆଶାରେ ଡିସେମ୍ବର ୨୬ ତାରିଖରେ ପ୍ରଥମେ ୪୨ ହଜାର ୫୦୦ ଟଙ୍କା ବିନିଯୋଗ କରିଥିଲେ । ସେଥିରେ ସେ ଅଧିକ ଲାଭ ପାଇଥିବା କାରଣରୁ ଡିସେମ୍ବର ୩୦ରେ ପୁଣି ସାଢେ ୯ ଲକ୍ଷ ଟଙ୍କା ଲଗାଇଥିଲେ ।