ବରଗଡ: ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ଧାରିପାଲି ଗାଁରେ ସୋମବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ବେଣୁଧର ଛୁରିଆ । ତାଙ୍କୁ ୬୦ ବର୍ଷ ହୋଇଥିଲା । ତାଙ୍କ ଘର ଅନ୍ଧାରପାଲି ଗାଁଁ ରେ ବୋଲି ଜଣାପଡିଛି । ବେଣୁଧର ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ତାଙ୍କୁ ଦଳିଦେଇଥିଲା ହାତୀ । ଖବର ପାଇ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରୁ ହାତୀଟିକୁ ତଡିବାକୁ ଉଦ୍ୟମ କରାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।










