28.1 C
Bhubaneswar
Saturday, September 21, 2024
Homeଓଡିଶାଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳ : ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ଗାଁ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମାନନ୍ଦ ନାୟକ। ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ଭେଟି ସମବେଦନା ଜଣାଇଛନ୍ତି। ପରିବାରକୁ କିଭଳି ସରକାରୀ ସାହାଯ୍ୟ ମିଳି ପାରିବ ଏବଂ ସ୍ଥାନୀୟ ଅଞ୍ଚଳରୁ ହାତୀ ମାନଙ୍କର ଉପଦ୍ରବ କମିବ ସେଥିପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ସହ ଆଲୋଚନା କରିଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୃତ ବ୍ରହ୍ମାନନ୍ଦ ନାୟକଙ୍କ ପରିବାରକୁ ତୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ମୃତକଙ୍କ ଭାଇ ଓ ଗ୍ରାମବାସୀ ଦାବି କରିଛନ୍ତି । ଧାନବିଲକୁ ଯାଉଥିବା ବେଳେ ବ୍ରହ୍ମାନନ୍ଦଙ୍କୁ ଆକ୍ରମଣ କରିଥିଲା ଦନ୍ତା। ଘଟଣାର ଖବର ପାଇ ଘଟଣାସ୍ଥଳରେ କିଛି ଦିନ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କି ହେବ ଆଖପାଖ ଅଞ୍ଚଳରେ ହାତୀଟି ଘୁରି ବୁଲୁଛି। ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବା ବାତାବରଣ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking