ଭଦ୍ରକ: ଭଦ୍ରକରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଚରମ୍ପା ସ୍କୁଲ୍ ରୋଡରେ ବ୍ୟାଟେରୀ ଗାଡ଼ି ଷ୍ଟାର୍ଟକୁ ନେଇ ଛୁରା ମାଡ଼ ହୋଇଛି। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଛୁରା ମାଡ଼ରେ ଆହତ ହେଲା ସାଙ୍ଗ। ଛୁରା ମାଡ଼ରେ ଗୁରୁତର ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଖୋଜୁଛି ଟାଉନ ଥାନା ପୋଲିସ୍। ବ୍ୟାଟେରୀ ଗାଡ଼ି ଷ୍ଟାର୍ଟ ବେଳେ ଭାଇବ୍ରେସନ୍ ଯୋଗୁଁ ଯୁକ୍ତିତର୍କ ହେବାରୁ ଛୁରା ମାଡ଼।










