30.1 C
Bhubaneswar
Saturday, February 14, 2026
Homeଓଡିଶାଗୋପାଳପୁର ସମୁଦ୍ରରେ ଗାଧେଇବା ବେଳେ ଯୁବକ ନିଖୋଜ

ଗୋପାଳପୁର ସମୁଦ୍ରରେ ଗାଧେଇବା ବେଳେ ଯୁବକ ନିଖୋଜ

ଗୋପାଳପୁର : ଗୋପାଳପୁର ସମୁଦ୍ର ରେ ଗାଧେଇବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛ୍ତି। ନିଖୋଜ ଯୁବକ ଜଣଙ୍କ ଗୋପାଳପୁର ଓ୍ବାର୍ଡ ନଂ ୭ ନୂଆ ସାହି ର ବାସିନ୍ଦା ଇ ଗୁରୁ ମୂର୍ତ୍ତି (୪୮) ବୋଲି ସୂଚନା ମିଳିଛି। ନିଖୋଜ ଗୁରୁମୂର୍ତ୍ତି ଓ୍ବାର୍ଡ ନଂ ୭ ର କାଉନସିଲର ଏମ କାମେଶ୍ବରୀ ଙ୍କ ଭାଇ ବୋଲି ଜଣାପଡିଛି। ଗୁରୁମୂର୍ତ୍ତି ଅନ୍ୟ ମାନଙ୍କ ସହ ଗୋପାଳପୁର ରେ ବେଳାଭୂମି ମଣ୍ଡପ ନିକଟ ବେଳାଭୂମି ରେ ଗାଧୋଉଥିବା ବେଳେ ପ୍ରାୟ ମଧ୍ୟାହ୍ନ ୧୨ ଟା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ଗୁରୁମୂର୍ତ୍ତି ଙ୍କ କୈାଣସି ସନ୍ଧାନ ମିଳି ନଥିଲା।ଘଟଣା ନେଇ ଗୋପାଳପୁର ଥାନାକୁ ଅବଗତ କରାଯାଇଛି। ପୁଲିସ ପକ୍ଷରୁ ଅଗ୍ନିଶମ ବାହିନୀ ସମେତ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରାଯାଇ ଥିବା ଉଭୟ ଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking