ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଆନିକଟ ଠାରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ଆଜି ଦିନ ୧୨ଟା ସମୟରେ ଅନ୍ୟ ପିଲାମାନଙ୍କ ସହ ଆନିକଟକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ଭାବେ ଗାଧୋଇବା ବେଳେ ଗଭୀର ଜଳରାଶିରେ ଭୋଳାନାଥ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ଖୋଜାଖୋଜି କରି ପ୍ରାୟ ୧୦ ମିନିଟ ମଧ୍ୟରେ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।










