ରାୟଗଡ଼ା: ଡିଜେର ତାଳେତାଳେ ନାଚିବା ସମୟରେ ଟଲିପଡ଼ିଲେ ଯୁବକ । ମୃତ ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ସୁରେଶ ଖରା । ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରୟତକଲୋନୀ ଅଞ୍ଚଳରେ ଗଣେଶ ପୂଜା ଭାଷାଣିରେ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତ୍ରରେ ଏପରି ଘଟଣା ଘଟିଛି । ଏହି ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତ କରୁଛି ଟାଉନ ଥାନା ପୁଲିସ ।










