23.1 C
Bhubaneswar
Saturday, February 7, 2026
Homeଓଡିଶାଟ୍ରକ୍ ଧକ୍କାରେ ଯୁବକ ମୃତ

ଟ୍ରକ୍ ଧକ୍କାରେ ଯୁବକ ମୃତ

ଚଣ୍ଡିଖୋଲ: ୫୩ନଂ ଜାତୀୟ ରାଜପଥର ଚଣ୍ଡିଖୋଲ କୋର୍ଟ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଦୀପ୍ତିମୟ ସାମଲ (୪୦)। ଦୀପ୍ତିମୟ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଶନିବାର ସକାଳ ୧୦ଟା ୩୦ ମିନିଟ୍‌ରେ ଏକ ୧୪ ଚକିଆ ଟ୍ରକ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ହୋଇଥିବା ଦୀପ୍ତିମୟଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ହିଁ ମୃତ୍ୟୁ ଘଟିଥିଲା। ଦୀପ୍ତିମୟ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଫଳରେ ତାଙ୍କ ପରିବାର ଏବେ ବେସାହାରା ହୋଇଯାଇଛି। ପ୍ରକାଶଥାଉକି ଦୁର୍ଘଟଣାସ୍ଥଳରେ ବହୁଦିନ ଧରି ଆଦିବାସୀ ମହିଳାମାନେ ହାଣ୍ଡିଆ ବ୍ୟବସାୟର କରୁଛନ୍ତି। ସେଥିପାଇଁ ସେଠାରେ ହାଣ୍ଡିଆ ପିଇବାକୁ ବହୁ ଲୋକଙ୍କ ସମାଗମ ହେଉଛି। ଦୈନିକ ସେହି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ତେବେ ଏହି ମୃତ୍ୟୁର ସ୍ଥାନ ପାଲଟିଥିବା ହାଣ୍ଡିଆ ହାଟକୁ ସେଠାରୁ ହଟାଇବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking