ଭଦ୍ରକ: ଭଦ୍ରକରେ ବଡ ସଡକ ଦୁର୍ଘଟଣା। ଟ୍ରାକ୍ଟର ଧକ୍କାରେ ଯୁବକ ମୃତ। ପୁରୁଣା ବଜାର ଇସଫପୂର୍ ଗ୍ରାମର ଯୁବକ ସେକ ସହିଦ (୩୩) ବର୍ଷ ବୋଲି ଚିହ୍ନଟ କରାଯାଇଛି। ସ୍ଥାନୀୟ ପୁରୁଣା ବଜାର ଥାନା ଅର୍ନ୍ତଗତ ସରକାର ନଗର ଛକରେ ବେଆଇନ ମାଟି ବୋଝେଇ ଟ୍ରାକ୍ଟର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥରେ ଯାଉଥିବା ବେକେ ମାଟି ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣା ସ୍ଥଳରେ ଯୁକଙ୍କର ମୃତ୍ୟୁ ହୋଉଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାଶୁଝା କରୁଛି। କ୍ଷତି ପୁରଣ ଦାବି ରେ ଲୋକେ ରାସ୍ତା ରୋକ କରିଛନ୍ତି।










