27.1 C
Bhubaneswar
Wednesday, February 4, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହଇଛନ୍ତି । ମୃତକ ଜଣକ ହେଲେ ଚକ୍ରଧର ମହାରଣା । ଆହତ ଜଣକ ହେଲେ ବିଜୁ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ଧାନ ଫସଲ ସୁରକ୍ଷା ଦେବାକୁ ଯାଇ ହାତୀ ହାବୁଡରେ ପ୍ରାଣ ଗଲା । ଆଜି ସକାଳେ ଦନ୍ତା ହାବୁଡରେ ପଡି ଜଣେ ଘର ଅଗଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ୩୯ ଟିକିଆ ହାତୀ ପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ। ଅନ୍ୟମାନଙ୍କ ସହିତ ଚକ୍ରଧର ମଧ୍ୟ ହାତୀ ପଲକୁ ଘଉଡାଉଥିଲା ବେଳେ ଏକ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଥିଲା। ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ସକାଳେ ପୁଣି ଦନ୍ତା ଆକ୍ରମଣରେ ଜଣେ ଯୁବକ ଗୁରୁତର। ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking