16.1 C
Bhubaneswar
Monday, January 12, 2026
Homeଓଡିଶାବସ୍ ଧକ୍କାରେ ଯୁବକ ମୃତ

ବସ୍ ଧକ୍କାରେ ଯୁବକ ମୃତ

ଦିଗପହଣ୍ଡି: ଦିଗପହଣ୍ଡିରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକଙ୍କୁ ବାଜପଲ୍ଲୀ ଗାଁର ରଇତ ଦୋରା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ଯୁବକ ଜଣକ ବାଇକ୍ ଯୋଗେ ମାର୍କେଟ ଯାଉଥିଲେ । ସେହି ସମୟରେ ଗୋକର୍ଣ୍ଣପୁର ଶନିମନ୍ଦିର ନିକଟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ରଇତଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ କ୍ଷତିୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking