ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବଡ ଅଘଟଣ । କାନ୍ଥ ଭୁଶୁଡି ଯୁବକ ମୃତ । ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁରେ ଏହି ବଡ ଅଘଟଣ ଘଟିଛି । ମୃତକଙ୍କରୁଗୁଡିପାଲି ଗାଁର ବାସିନ୍ଦା ଶଶାଙ୍କ ମିଶ୍ର ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ରାତିରେ ଶଶାଙ୍କ ପରିସ୍ରା କରିବା ପାଇଁ ତାଙ୍କ ଘର ବାହାରକୁ ପାଦ ଦେବା ସମୟରେ କାନ୍ଥ ଭୁଶୁଡି ପଡିଥିଲା । ଫଳରେ କାନ୍ଥ ତଳେ ସେ ଚାପି ହୋଇଯାଇଥିଲେ । ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶଶାଙ୍କ ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










