21.1 C
Bhubaneswar
Wednesday, December 17, 2025
Homeଓଡିଶାବିଧାୟକଙ୍କ ଗାଡି ଧକ୍କାରେ ଯୁବକ ମୃତ

ବିଧାୟକଙ୍କ ଗାଡି ଧକ୍କାରେ ଯୁବକ ମୃତ

ସିମୁଳିଆ: କର୍ମଚାରୀଙ୍କ ସ୍କୁଟିକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।ସୂଚନା ଅନୁସାରେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବିଧାୟକ ଗୌତମ ଚୌଧୁରୀ ପରିବାର ସହ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଆଜି ମଧ୍ୟାହ୍ନରେ ‌କୋଲକାତା ଅଭିମୁଖେ ଫେରୁଥିଲେ।

ଏହି ସମୟରେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଢ଼ାବା ନିକଟରେ ସାଜନପୁର ପଂଚାୟତ ବିନାୟକପୁରର ରାଧାକାନ୍ତ ନାୟକ ଓ ତାଙ୍କର ଜଣେ ସାଥି ସ୍କୁଟି ଯୋଗେ ରାସ୍ତା ପାର ହେଉଥିଲେ। ସେମାନେ ବିଧାୟକଙ୍କ ଗାଡ଼ି ଧକ୍କାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ରାଧାକାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଥିରେ ଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking