20.1 C
Bhubaneswar
Sunday, February 8, 2026
Homeଓଡିଶାଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ୱୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତାଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା । ପୋଲିସ ସହ ଧସ୍ତାଧସ୍ତି ପରେ ଯୁବ କଂଗ୍ରେସର କର୍ମୀମାନଙ୍କୁ ପୋଲିସ ସେଠାରୁ ଗରିଫ କରି ନେଇଯାଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର । ମୋହନ ସରକାର ଦୁଷ୍କର୍ମକାରୀ, ମହିଳା ଅତ୍ୟାଚାରୀ ଓ ନିର୍ଯାତନାକାରୀର ପକ୍ଷ ନେଉଛନ୍ତି । ଓଡ଼ିଶାର ମହିଳା ଆତଙ୍କିତ । ରାସ୍ତାରେ ସୁରକ୍ଷିତ ଭାବେ ଚାଲିଯିବାକୁ ଭୟ କରୁଛନ୍ତି । ବଳଙ୍ଗା ପୀଡ଼ିତାଙ୍କୁ ହତ୍ୟା କରାଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରଡି ଼ା ଗଣମାଧ୍ୟମରେ କହିଲେ ପୀଡ଼ିତାର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି ମାତ୍ର ପୀଡ଼ିତା ମୃତ୍ୟୁବରଣ କଲା କିପରି । ପ୍ରଭାତୀ ପରିଡ଼ାଙ୍କ ରଚିତ କାହାଣୀକୁ ପୋଲିସ ବା ତଦନ୍ତକାରୀ ସଂସ୍ଥା ରିପୋର୍ଟ ପ୍ରସ୍ତୁତ କରିଛି । ପୀଡ଼ିତା ଜଣକୁ ପ୍ରଥମ ଉଧାର କରିଥିବା ବ୍ୟକ୍ତି ଜଣକ ଏବେ କେଉଁଠି? ତିନିଜଣ ଲୋକ ପୀଡ଼ିତାକୁ କିରୋସିନୀ ଢ଼ାଳି ନିଆଁ ଲଗାଇଥିବାର କଥା ପ୍ରଥମେ ପୀଡ଼ିତା ଉଦ୍ଧାରକାରୀଙ୍କୁ କହିଥିଲା । ଏବେ ପୀଡ଼ିତାର ମୃତ୍ୟୁ ପଛରେ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆ କାହାଣୀ ସୃଷ୍ଟି କରାଯାଉଛି । ସ୍ଥାନୀୟ ବିଜେପି ନେତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅପରାଧି କିଏ ତାହା ପ୍ରଭାତୀ ପରିଡ଼ା ଜାଣନ୍ତି । ଅପରାଧିକୁ ଘଂଟ ଘୋଡ଼ାଇବା ପାଇଁ ପ୍ରଶାସନ ଲାଗିପଡ଼ିଛି । ଯୁବ କଂଗ୍ରେସ ଅପରାଧିକୁ ତୁରନ୍ତ ଗିରଫ ଏବଂ ପୀଡ଼ିତାର ପରିବାରକୁ ଏକକୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରବି।କୁ ଦାବି କରିଛି ।

ଅନ୍ୟପକ୍ଷରେ ଯୁବ କଂଗ୍ରେସ ବାଲେଶ୍ୱର ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ଦିବଂଗତା ପୀଡ଼ିତାର ଆତ୍ମହତ୍ୟା ଉଦ୍ୟମ ପଛରେ ଏବିଭିପି ସଂଗଠନର ଭୂମିକା ରହିଛି ବୋଲି ଅଭିଯୋଗ କରିଥିଲା । ଘଟଣାକ୍ରମରେ ସତ୍ୟ ପଦାକୁ ଆସିଛି । ଏବିଭିପି ସଂଗଠନ ପୀଡ଼ିତାକୁ ହତ୍ୟା କରିଛି । ସୁତରାଂ ଓଡ଼ିଶାର ଶିକ୍ଷାନୁଷ୍ଠାନ ପରିସରରେ ଏବିଭିପି ସଂଗଠନର କାର୍ଯ୍ୟକ୍ରମକୁ ସରକାର ଅଶିଦ୍ଧ ଘୋଷଣା କରିବାକୁ ଯୁବ କଂଗ୍ରେସ ଦାବି କରୁଛି । ଓଡ଼ିଶାର ଛାତ୍ର ସମାଜ ଛାତ୍ରଛାତ୍ରୀ ହତ୍ୟାକାରୀ ସଂଗଠନ ଏବିଭିପି ଠାରୁ ଦୁରରେ ରହିବାକୁ ଯୁବ କଂଗ୍ରେସ ନିବେଦନ କରିଛି । ବାଲେଶ୍ୱର ସଂସଦଙ୍କର ଏହି ଘଟଣାରେ ପ୍ରତାରଣାପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଯୁବ କଂଗ୍ରେସ ଦାବି କରୁଛି । କେବଳ ଅଧ୍ୟାପକ ଏବଂ ଅଧ୍ୟକ୍ଷ ନୁହନ୍ତି, ଯେଉଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହି ଘଟଣା ସହ ସଂଶ୍ଳିଷ୍ଟ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ । ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅଭିଳାଶ ପଣ୍ଡାଙ୍କର ବୟାନବାଜୀ ଏବେ ବନ୍ଦ ହୋଇଯାଇଛି । ସେ କେବେ ଓଡ଼ିଶାର ଯୁବମାନଙ୍କ ସ୍ୱାର୍ଥପାଇଁ ଲଢ଼େଇ କରିନାହାନ୍ତି । ଚାଟୁକାରୀତା ଛାଡ଼ି ଯୁବ ସମାଜର ଅଧିକାର ପାଇଁ ସେ ଆନ୍ଦୋଳନ କରନ୍ତି । ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏବିଭିପିର ନିନ୍ଦନୀୟ ଭୂମକି ।ପାଇଁ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା ପ୍ରେସମଟି କରି ଏବିଭିପିକୁ ନିନ୍ଦାକରନ୍ତୁ ବୋଲି ଶ୍ରୀ ପାତ୍ର ଆହ୍ୱାନ କରିଛନ୍ତି ।

ଧର୍ମଶାଳାର ବିଧାୟକ ଯେଉଁଭଳି ଭାବେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଏବଂ ମହିଳାଜଣଙ୍କ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦରଜ କରିଛନ୍ତି ଓ ପୋଲିସ ଏପର୍ଯ୍ୟନ୍ତ ନିରବ ବସିଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଯୁବ କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ନିହାର ବେହେରା, ମହମ୍ମଦ ଗୁଲଫାମ, ଆଲୋକ ଦାସ, ଜାଭେଦ ଅକତାର, ବିରଞ୍ôଚ ବାରିକ, ଅମରେଶ ପରିଡ଼ା, ସାଗର ପଟ୍ଟନାୟକ, ଦେବୀ ପସ୍ର ।ଦ ଜେନା, ପ୍ରଶାନ୍ତ ରାଉତ, ସୁରଜ ରାଉତ, ସନ୍ଦୀପ ରାଉତରାୟ, ପବିତ୍ର ସେଠୀ, ବିଶ୍ୱଭୂଷଣ ମହାପାତ୍ର, ସାହାରୁଖ ଖାନ, ଚିତ୍ତରଞ୍ଜନ ନାୟକ, ପ୍ରଶାନ୍ତ କୁମାର ପରମାଣିକ, ଜଗଦିଶ ରାଉତ ପମ୍ର ୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking